ଢେଙ୍କାନାଳ ଜିଲ୍ଲା ଭୁବନରେ ବଢି ଚାଲିଛି ଅପରାଧିକ କାର୍ଯ୍ୟକଳାପ । ରବିବାର ବିଳମ୍ବିତ ରାତିରେ ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଦୁର୍ଗା ବଜାର ଅଞ୍ଚଳର ପାଞ୍ଚଟି ଦୋକାନ ସହ ରଙ୍ଗିଲା ଢ଼ାବା ସମୁଖ ରେ ଥିବା ଗୋଟିଏ ଦୋକାନ କୁ ଜଣେ ଡ୍ରାଇଭର ଟ୍ରକ ଚଢାଇ ଭାଙ୍ଗି ଦେଇଥିବା ଭୁବନ ଥାନା ରେ ଅଭିଯୋଗ ହୋଇଛି ।
ଦୁର୍ଗା ବଜାରରେ , କ୍ୟାବିନ୍ ପକାଇ ଗ୍ୟାରେଜ କାମ କରୁଥିବା ତିନୋଟି ଦୋକାନ ର ଖୁଣ୍ଟ ଭାଙ୍ଗି ଦେବାରୁ ଆଜବେଷ୍ଟସ ଟିଣ ନଷ୍ଟ ହୋଇଛି, ଟୁକୁନା ସାହୁ ଙ୍କର ଗାଡି ଧୁଆ ସ୍ଥାନ ଟିକୁ ମଧ୍ୟ ଟ୍ରକ୍ ଚଢାଇ ଭାଙ୍ଗିବା ଦିଆଯାଇଛି । ସେଠାରୁ ଯାଇ ଭୁବନ ବାଇପାସ୍ କଡରେ ରଙ୍ଗିଲା ଢ଼ାବା ନିକଟରେ ଥିବା ସ୍ନାକ୍ସ ଦୋକାନର ଫଳକ କୁ ଉଡାଇ ଦେଇଛି । ଟ୍ରକଟି ବିଭିନ୍ନ ସ୍ଥାନରେ ଦୋକାନକୁ ପଛ ପଟୁ ଧକ୍କା ଦେଇଥିଲା । ଯାହା ଫଳରେ ଏସବୁ ଦୋକାନ ଗୁଡିକର କାନ୍ଥ, ପିଲର, ଖୁଣ୍ଟି, କ୍ୟାବିନ୍ ଓ ଟିଣ ଛପର ସବୁ ଭାଙ୍ଗି ଯାଇଥିଲା ।
ଦୋକାନୀ ମାନେ ଖବର ପାଇ ଟ୍ରକ ଟିର ପିଛା କରି ରଙ୍ଗିଲା ଢ଼ାବା ନିକଟରେ ପହଞ୍ଚିଥିଲେ । ସ୍ନାକ୍ସ ଦୋକାନ ନିକଟରେ ଗାଡି ଟି ଷ୍ଟାର୍ଟ ବନ୍ଦ ହୋଇଯିବାରୁ ଧରା ପଡିଯାଇଥିବା ଜଣାପଡିଛି ।
ପରେ ସମସ୍ତ ଦୋକାନୀ ମିଶି ଉକ୍ତ ଟ୍ରକଟିକୁ ଡ୍ରାଇଭର ସମେତ ଭୁବନ ଥାନା ଜିମା ଦେଇଥିଲେ। ତେବେ ଭୁବନ ପୋଲିସ କେଉଁ ପରିସ୍ଥିତିରେ ଡ୍ରାଇଭର କୁ ଅଟକ ନରଖି ଛାଡିଦେଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅନ୍ୟ ପକ୍ଷରେ ଭୁବନ ପୋଲିସ ଯଦି ପାଟ୍ରୋଲିଂ ଠିକ୍ ଢଙ୍ଗରେ କରିଥାନ୍ତା ଏପରି ଅଘଟଣ ଘଟିନଥାନ୍ତା । ତେବେ ଏହି ଘଟଣାକୁ ନେଇ ଦୋକାନୀମାନେ ଭୁବନ ଥାନାରେ ଅଭିଯୋଗ କରିବା ସହ ଦୁର୍ଗା ବଜାର ସଭାପତିଙ୍କୁ ଜଣାପଡିଛି ।ତେବେ ଟ୍ରକ ଟି ଏକ କବାଡିଆ ଦୋକାନରେ ବିକ୍ରି ହୋଇଥିଲେ ବି କିଭଳି ରାସ୍ତାରେ ଚାଲୁଛି ,ତାହା ମଧ୍ୟ ପ୍ରଶ୍ନ ବାସୀ ସୃଷ୍ଟି କରିଛି ।