ଢେଙ୍କାନାଳ ଜିଲ୍ଲା କଂଗ୍ରେସ କମିଟି ତରଫରୁ କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟ ସମ୍ମୁଖରେ ଧାରଣା ଏବଂ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି ।ଜିଲ୍ଲା ସଭାପତି ସରୋଜ ପଟ୍ଟନାୟକଙ୍କ ନେତୃତ୍ୱରେ ବହୁ କଂଗ୍ରେସ କର୍ମୀ ଯୋଗଦେଇ ଅଗ୍ନିପଥ ଯୋଜନାକୁ ବିରୋଧ କରିବା ସହିତ ଏହା କେନ୍ଦ୍ର ସରକାରଙ୍କ ଯୁବକ ମାନଙ୍କୁ ପ୍ରତାରଣା ବୋଲି କହିଥିଲେ । ଏହି ଯୋଜନା ଅନୁସାରେ ଯୁବକ ମାନେ ସେନା ବାହିନୀରେ ୪ବର୍ଷ ଚାକିରୀ କରି ପରବର୍ତ୍ତି ସମୟରେ ବେକାର ହୋଇ ଗୋତି ଶ୍ରମିକ ଭଳି କାର୍ଯ୍ୟ କରିବେ ବୋଲି କହିଥିଲେ ।
ସରକାର ପୂର୍ବେ ସୈନିକ ମାନଙ୍କୁ କିଭଳି ଥଇଥାନ କରିବେ ତାହା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ୱାନ ର୍ୟାଙ୍କ ୱାନ ପେନସନ ଦାବିକୁ ପୂରଣ ନକରି କେନ୍ଦ୍ର ସରକାର ଯୁବକ ମାନଙ୍କୁ କିଭଳି ପ୍ରତାରଣା କରୁଛନ୍ତି ତାକୁ ନେଇ ସମାଲୋଚନା କରିଥିଲେ ।ଏହି ଯୋଜନାକୁ ପ୍ରତ୍ୟାହାର କରିବାକୁ ଦାବିକରି ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା ।
ସେହିଭଳି କାମାକ୍ଷାନଗର ନିର୍ବାଚନ ମଣ୍ଡଳୀ କଂଗ୍ରେସ ତରଫରୁ ଆନ୍ଦୋଳନ କରାଯାଇଛି ।ଜିଲ୍ଲା କିଷାନ କଂଗ୍ରେସ ସଭାପତି ବିପ୍ରବର ସାହୁଙ୍କ ନେତୃତ୍ୱରେ କାମାକ୍ଷାନଗରରେ ଆଜି କଂଗ୍ରେସ ନେତା ଓ କର୍ମୀ ମାନେ ଏକ ବିରାଟ ଶୋଭାଯାତ୍ରାରେ ଆସି କାମାକ୍ଷାନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟ କଲ୍ୟାଣ ମଣ୍ଡପଠାରେ ଏକ ପ୍ରତିବାଦ ସଭା କରିଥିଲେ ।ଯେଉଁଥିରେ ଅଗ୍ନିପଥ ଯୋଜନାକୁ ବିରୋଧ କରିଥିଲେ ।ସ୍ଥାୟୀ ଚାକିରୀ ନଦେଇ ଏଭଳିଆ ଚାକିରୀ ଦେବା କାହା ସ୍ୱାର୍ଥରେ ବୋଲି କହିଛନ୍ତି ।ଯୁବକ ମାନଙ୍କୁ ବେକାର କରିବା ପାଇଁ ଏହା ଏକ ସୁଚିନ୍ତିତ ଯୋଜନା ବୋଲି କହିଥିଲେ ।