ଢେ଼ଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନଏସି ସ୍ୱଭାଗୃହ ଠାରେ ଗତ୨୭/୬/୨୨ ରୁ୨୯/୬/୨୨ ପର୍ଯ୍ୟନ୍ତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଏକ ତାଲିମଶିବିର ଅନୁଷ୍ଠିତ ହୋଇଯାଇଛି।ହିନ୍ଦୋଳ ଏନ ଏ ସି ଉପାଧ୍ୟକ୍ଷ ଶ୍ରୀ ଟିମା ବେହେରା ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ୱାର୍ଡ ନଂ-୫କାଉନସିଲର ରୀନା ବେହେରା, ନିର୍ବାହୀ ଅଧିକାରୀ ଶ୍ରୀ ଏମ ଶ୍ରୀନିଭାସ, ଏନ ଏ ସି ସିଓ କୌଶଲ୍ୟା ନାୟକ, ସାନିଟାଇଜର ଏକ୍ସପୋର୍ଟ ,ଏନ ଏ ସି କର୍ମଚାରୀ ମାନେ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଯୋଗ ଦେଇଥିଲେ।
ମୁଖ୍ୟତଃ ସହରରୁ ବାହାରୁଥିବା ବର୍ଜ୍ୟବସ୍ତୁ, ମଇଳା କୁ ବ୍ୟବହାର କରି ଉର୍ଣ୍ଣତ ସାର, ମୋ ଖତ ଇତ୍ୟାଦି ତିଆରି କରିବା ର କୌଶଳ ବିଷୟରେ ତାଲିମ ଦିଆଯାଇଥିଲା। ସମସ୍ତ ବର୍ଜ୍ୟବସ୍ତୁ କୁ ଏମ ସି ସି ପ୍ଲାଣ୍ଟ କୁ ନିଆଯାଇ ପ୍ରଥମେ ଅଲଗା ଅଲଗା ପାତ୍ରରେ ବାଛି ରଖାଯାଏ ଏବଂ ଏଠାରେ ଥିବା ଅତ୍ୟାଧୁନିକ ଯନ୍ତ୍ରପାତି ମେସିନ ଜରିଆରେ ତାହାକୁ ମୋ ଖତରେ ପରିଣତ କରାଯାଇଥାଏ।
ଏହି ଖତ ବିକ୍ରୟ ଲବ୍ଧ ଅର୍ଥରେ ଏନ ଏ ସି ର ରାଜସ୍ୱ ବଢିବା ସହ ସେହି ଅର୍ଥରୁ କାର୍ଯ୍ୟରତ ମହିଳା ସ୍ୱୟଂସହାୟକଗୋଷ୍ଠୀ କୁ କର୍ମ ନିଯୁକ୍ତି ସହ ପ୍ରହୋତ୍ସନ ରାଶି ଏବଂ ଏହି ପ୍ରକଳ୍ପ ରେ କାର୍ଯ୍ୟରତ ବିଭିନ୍ନ କର୍ମଚାରୀ ମାନଙ୍କୁ ଦରମା ଦିଆଯାଇଥାଏ ଏବଂ ସହରର ପରିମଳ ବ୍ୟବସ୍ଥା ଠିକ ରହିବା ସହ ସହର ସ୍ୱଚ୍ଛ, ସୁସ୍ଥ ଓ ସୁନ୍ଦର ରହିବା ସହ ଜନସାଧରଣ ସହରରେ ଶାନ୍ତିରେ ରହିଥାନ୍ତି।
ଏହି ତାଲିମସଶିବିରରେ ନିର୍ବାହୀ ଅଧିକାରୀ ଓ ସିଓ ଅତି ପ୍ରାଞ୍ଜଳ ଭାବରେ ବୁଝାଇବା ସହ ଲାପଟପ ମାଧ୍ୟମରେ ବିଭିନ୍ନ ଅଞ୍ଚଳର କାର୍ଯ୍ୟ ଦେଖାଇବା ସହ ତାଲିମ ଦେଇଥିଲେ।ସହରରେ ହେଉଥିବା ଏଭଳି ଉର୍ଣ୍ଣତ ତାଲିମଶିବିର ପାଇଁ ହିନ୍ଦୋଳ ଏନ ଏ ସି ଜନସାଧରଣ ନିର୍ବାହୀ ଅଧିକାରୀ ଙ୍କ କାର୍ଯ୍ୟ ଦକ୍ଷତା ନିମନ୍ତେ ଧନ୍ୟବାଦ ଜଣାଇବା ସହ ଉଚ୍ଚ ପ୍ରଶଂସା କରିଛନ୍ତି l