News
WhatsApp Image 2023-10-04 at 17.25.00
samparksetu

କୁକୁଡା ଫାର୍ମକୁ ନେଇ ଗ୍ରାମବାସୀ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ମହୁଲପୁଞ୍ଜି ଗ୍ରାମରେ ଏକ କୁକୁଡ଼ା ଫାର୍ମ ସ୍ଥାନାନ୍ତରକୁ ନେଇ ଗ୍ରାମବାସୀ ମାନେ ପୁଣି ଥରେ ଜିଲ୍ଲା ପାଳଙ୍କ ଦ୍ୱାରସ୍ଥ ହୋଇଥିବାର ଜଣାପଡିଛି । ସୂଚନା ଅନୁସାରେ ମହୁଲପୁଞ୍ଜି ଗ୍ରାମ ନିକଟରେ ଥିବା କୁକୁଡ଼ା ଫାର୍ମଙ୍କୁ ୫ କିଲୋମିଟର ହଟାଇବା ପାଇଁ ତ୍ରୀ ସ୍ତରୀୟ ନିର୍ବାଚନ ପୂର୍ବରୁ ଗ୍ରାମବାସୀ ମାନେ ଭୋଟ ବର୍ଜନ ନିଷ୍ପତି ନେଇଥିଲେ ।

ଏହାକୁ ନେଇ ଜିଲ୍ଲାପାଳ,ଉପଜିଲ୍ଲାପାଳ ଏବଂ ସଦର ପୋଲିସଙ୍କ ଉପସ୍ଥିତିରେ କୁକୁଡା ଫାର୍ମର ମାଲିକ ନିରାକାର ପୁହାଣ ଏବଂ ତାଙ୍କ ପତ୍ନୀ ମମତା ପୁହାଣ କୁକୁଡା ଫାର୍ମକୁ ହଟାଇବାକୁ ପ୍ରତିଶୃତି ଦେବାରୁ ଗ୍ରାମାବାସୀ ମାନେ ଭୋଟ ପ୍ରଦାନ କରିଥିଲେ । ଏହା ପରେ କିନ୍ତୁ କୁକୁଡ଼ା ଫାର୍ମ ନହଟିବାରୁ ଗ୍ରାମବାସୀ ମାନେ ଗତ ଜୁନ ୯ ତାରିଖ ଦିନ ଏକ ଗ୍ରାମସଭା ଡାକି କୁକୁଡ଼ା ଫାର୍ମର ମାଲିକଙ୍କୁ ଫାର୍ମ ହଟାଇବାକୁ କହଥିବା ବେଳେ ସେ ଏହାକୁ ମାନିନ ଥିଲେ । ଫଳରେ ଗ୍ରାମବାସୀ ମାନଙ୍କ ମଧ୍ୟରେ ତୀଵ୍ର ଅସନ୍ତୋଷ ଦେଖାଦେବା ସହତି ବର୍ଷା ଋତୁରେ ମଶା ମାଛିଙ୍କ ଉପଦ୍ରଵ ଏବଂ ପ୍ରଦୂଷଣ ଯୋଗୁ ଗ୍ରାମବାସୀ ମାନେ ଅତିଷ୍ଠ ହୋଇ ପଡିଛନ୍ତି । ତୁରନ୍ତ କୁକୁଡା ଫାର୍ମକୁ ହଟାଇବା ପାଇଁ ଗ୍ରାମବାସୀ ମାନେ ଜିଲ୍ଲା ପାଳଙ୍କୁ ନିବେଦନ କରିଛନ୍ତି ।

new life
You might also like
error: Content is protected !!