ଢେଙ୍କାନାଳ ଜିଲ୍ଲା ଭୁବନ ଅଞ୍ଚଳରେ ଶୋକର ଛାୟା । ପ୍ରାକୃତିକ ତୈଳ ଏବଂ ବାଷ୍ପ କରପୋରେସନର ଏକ ହେଲିକପ୍ଟର ଆରବ ସାଗର ମଝିର କ୍ରାସ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଥିବାଓଡିଆ ପୁଅ ଢେଙ୍କାନାଳ ଜିଲ୍ଲା ଭୁବନର ସତ୍ୟମ୍ବଦ ପାତ୍ରଙ୍କ ର ଶୋଚନୀୟ ମୃତ୍ୟୁ ଘଟିଛି । ବୁଧବାର ଦନି ସକାଳ ୧୧ଟା ସମୟରେ ଓଏନଜସି ରେ ଏକ ପନବହଂସ ହେଲିକପ୍ଟର ୭ ଜଣ କର୍ମଚାରୀଙ୍କୁ ନେଇ ଏକ ତୈଳ ଉତ୍ତୋଳନ କରାଯାଉଥିବା ସ୍ଥାନକୁ ଯାଉଥିଲେ ।
ହେଲିକପ୍ଟର ଟି ମୁମ୍ବାଇରୁ ଆରବ ସାଗର ଦେଇ ଯାଉଥିବା ବେଳେ ହଠାତ ଯାନ୍ତ୍ରୀକୁ ତ୍ରୁଟି ଯୋଗୁ ଆରବ ସାଗର ମଝିରେ ଲାଣ୍ଡିଂ କରି
କ୍ରାସ ହୋଇଯାଇଥିଲା । ଫଳରେ ସେଥିରେ ଯାଉଥିବା ୩ ଜଣ କର୍ମଚାରୀଙ୍କ ସହିତ ଢେଙ୍କାନାଳ ଜିଲ୍ଲା ଭୁବନର ସତ୍ୟମ୍ବଦ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ଅନ୍ୟ ଏକ ହେଲିକପ୍ଟର ରେ ଉଦ୍ଧାର କରାଯାଇ ମମ୍ବୁ।ଇର ଏକ ଚିକିତ୍ସ।ଳୟରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମତୃ ଘୋଷଣା କରିଥିଲେ ।
ମୋଟ ୯ ଜଣଙ୍କ ମଧ୍ୟରୁ ୨ ଜଣ ପାଇଲଟ ଏବଂ ୭ ଜଣ ଓଏନଜସିକର୍ମଚାରୀ ଯାତ୍ରା କରୁଥିଲେ ସେମାନଙ୍କ ମଧ୍ୟରୁ ୪ଜଣଙ୍କର ମୃତ୍ୟୁ ଘଟିଛି । ଏହି ଘଟଣା ଜଣାପଡିବା ପରେ ଭୁବନରେ ଶୋକର ଛାୟା ଖେଳିଯାଇଛି । ସତ୍ୟମ୍ବଦଙ୍କ ବାପା ସୁରେଶ ଚନ୍ଦ୍ର ପାତ୍ର ମାଲକାନାଗିରି ରେ ଥିବା ଏଆରସିଏସରେ ଷ୍ଟେନୋ ଭାବରେ କାର୍ଯ୍ୟ କରୁଥିବା ବେଳେ ମାତା ସବିତା ସାହୁ ମାଲକାନଗିରିରେ ଜଣେଶିକ୍ଷୟତ୍ରୀ ଭାବରେ କାର୍ଯ୍ୟ କରନ୍ତି ।
ସତ୍ୟମ୍ବଦ ପାତ୍ର(୨୭)ଜଣେ ଭଲ ଛାତ୍ର ହୋଇଥିବାବେଳେ ରାଉଲକେଲା ଏନଆଇଟି ରୁ ଜିଓଲୋଜିରେ ୨୦୧୮ ମସିହାରେ ପାସ କରିବା ପରେ ଓଏନଜିସି ରେ ଜଣେ ଜିଓଲୋଜିଷ୍ଟ ଭାବରେ କାର୍ଯ୍ୟ କରୁଥିଲେ । ସେ ଜଣେ ଆଇଏଏସ ହେବାର ସ୍ପପ୍ନ ଦେଖୁଥିବା ବେଳେ ୩ ବର୍ଷ ତଳେ ସେ ଓଏନଜିସିରେ ନିଯୁକ୍ତି ପାଇଥିଲେ । ସତ୍ୟମ୍ବଦ ୧ବର୍ଷ ତଳେ ବିବାହ କରିଥିଲେ।