News
WhatsApp Image 2023-10-04 at 17.25.00
samparksetu

ଡିକି ଭାଙ୍ଗି ଟଙ୍କା ଲୁଟିଲେ ଦୁର୍ବୃତ୍ତ

କାମାକ୍ଷାନଗର ଥାନା ମେଡିକାଲ ସାମ୍ନା ରୁ ବାଇକ ଡିକି ଭାଙ୍ଗି ଲକ୍ଷେ ଦଶ ହଜାର ସାତଶହ ଟଙ୍କା ଲୁଟିଲେ ଦୁର୍ବୃତ୍ତ l ସୂଚନା ଅନୁସାରେ ପରଜଙ୍ଗ ଥାନା ଗୁରୁଜାଙ୍ଗୁଲି ଉପ୍ରା ବିଦ୍ୟାଳୟ ର ଶିକ୍ଷକ ବିଜୟ କୁମାର ସାହୁ ବିଦ୍ୟାଳୟ ର ଏମଡ଼ିଏମ ଟଙ୍କା ଉଠାଇବାପାଇଁ କାମାକ୍ଷାନଗର ସ୍ଥିତ ପଞ୍ଜାବ ନେସନାଲ ବ୍ୟାଙ୍କ କୁ ଆସିଥିଲେ l

ବ୍ୟାଙ୍କ ରୁ ଟଙ୍କା ଉଠାଇବା ପରେ ବିଜୟ ଓ ବିଦ୍ୟାଳୟ ଶିକ୍ଷା କମିଟି ର ସଭାପତି କାମାକ୍ଷାନଗର ମେଡିକାଲ ସାମ୍ନା ରେଥିବା ଏକ ମେଡ଼ିସିନ ଦୋକାନ ରୁ ମେଡ଼ିସିନ କିଣୁଥିଲେ l ମେଡ଼ିସିନ କିଣିବା ସମୟରେ ଅନ୍ୟମନସ୍କ ରହିଥିବା ଯୋଗୁ ଦୁଇ ଜଣ ଦୁର୍ବୁତ୍ତ ବିଜୟ ଙ୍କ ବାଇକ ଡ଼ିକି ଭାଙ୍ଗି ସେଥିରେ ଥିବା ଲକ୍ଷେ ଦଶ ହଜାର ସାତଶହ ଟଙ୍କା ଲୁଟି ନେଇ ଘଟଣା ସ୍ଥଳ ରୁ ଫେରାର ହୋଇ ଯାଇଥିଲେ l

ଏ ସମ୍ପର୍କ ରେ ବିଜୟ ପୋଲିସ କୁ ଖବର ଦେବାପରେ ପୋଲିସ ଘଟଣା ସ୍ଥଳ ରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି l ସ୍ପଷ୍ଟ ଦିବାଲୋକ ରେ ମେଡିକାଲ ଭଳି ଏକ ଜନଗହଳି ପୂର୍ଣ୍ଣ ସ୍ଥାନ ରୁ ଲୁଟ କୁ ନେଇ ପୋଲିସ ର କାର୍ଯ୍ୟ ଦକ୍ଷତା ଉପରେ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଛି l

new life
You might also like
error: Content is protected !!