ଭକତ ଉଦ୍ଧାର କରି ଅଙ୍ଗୀକାର
ପତିତପାବନ ଯାତ
ପତିତପାବନ ଉଡଇ କେତନ
ଜୟ ଜୟ ଜଗନ୍ନାଥ I
ବିଜେନନ୍ଦୀଘୋଷେ ଘୋଷଯାତଅର୍ଥେ
ସେ ଘୋଷ ପଡୁ ଶ୍ରବଣ
ଜନ୍ମ ଜନ୍ମାନ୍ତର ଦୁଃଖ ଯାଏ ଦୂର
ପୁଲକିତ ମନ ପ୍ରାଣ I
ଜନ୍ମବେଦୀ ଜାଏ ତିନି ରଥ ଯାଏ
ଭାଇ ଭଗ୍ନୀ ଘେନି ସଙ୍ଗେ
ଘେନି ସୁଦର୍ଶନ ପ୍ରଭୁ ସୁପ୍ରସନ୍ନ
ମିଶିବାକୁ ଭକ୍ତ ଅଙ୍ଗେ I
ଶ୍ରୀଗୁଣ୍ଡିଚା ଯାତ ଭକତଙ୍କ ହିତ
ଆଡ଼ପମଣ୍ଡପେ ଲୀଳା
ସାର୍ଥକ ଜୀବନ କରି ଦରଶନ
ଶ୍ରୀକ୍ଷେତ୍ରେ ମୁକ୍ତି ପସରା I
ଏ ଦେହ ରଥରେ ଆସ ପ୍ରଭୁଥରେ
ହୁଅ ନେତ୍ରପଥ ଗାମୀ
ବିତୁ ଏ ଜୀବନ ଗାଇ ପ୍ରେମେ ନାମ
ଜୟ ଜଗନ୍ନାଥ ସ୍ୱାମୀ I
✍️ଇଂ ବସନ୍ତ କୁମାର ବରାଳ