ଢେଙ୍କାନାଳ ଥାଉନ ଥାନା ଅନ୍ତର୍ଗତ କୁମ୍ଭ।ର ସାହି ଅଞ୍ଚଳରେ ଏକ ଭଡାଘରେ ରହିଥିବା ଜଣେ ଯୁବତୀ ଆଜି ସଂଧ୍ୟାରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାଯାଇଛି ।
ସୂଚନା ଅନୁଯାୟୀ , କଟକ ଜିଲ୍ଲା ତିଗିରିଆ କାଳିବିରି ଅଞ୍ଚଳର ଟିକିନା ପରିଡା ଏବଂ ତାଙ୍କ ଝିଅ ପିଙ୍କି ପରିଡା (୨୫) ଗତ ଏକ ବର୍ଷ ହେବ ଢେଙ୍କାନାଳକୁ ଆସି ସହରର କାଞ୍ଚନ ବଜାର କୁମ୍ଭାର ସାହି ଠାରେ ଏକ ଭଡା ଘରେ ରହୁଥିଲେ । ପିଙ୍କି ସହରର ଏକ ଦୋକାନରେ କାମ କରି ପରିବାର ଚଳାଉଥିଲେ।
ଆଜି କୌଣସି କାରଣରୁ ବେକରେ ରଶି ଲଗାଇ ଘରେ ଥିବା ଫ୍ୟାନରେ ସେ ଝୁଲି ପଡ଼ିଥିଲେ । ତେବେ ତାଙ୍କ ମା’ ଏହା ଦେଖି ପଡୋଶୀ ଙ୍କୁ ଜଣାଇଥିଲେ ।ଟାଉନ ପୋଲିସ ଖବର ପାଇ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ମୃତ୍ୟୁର ତଦନ୍ତ ଆରମ୍ଭ କରିଛି ।