News
WhatsApp Image 2023-10-04 at 17.25.00
samparksetu

ଅଜଣା ଗାଡି ଧକ୍କାରେ ଶ୍ରମିକଙ୍କ ମୃତ୍ୟୁ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ୫୩ ନଂ ଜାତୀୟ ରାଜପଥର ମୁକ୍ତାପଶି ଗାଁ ଗୋଡିବନ୍ଧ ନିକଟରେ ଅଜଣା ଗାଡି ଧକ୍କାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତ ଶ୍ରମିକ ଜଣଙ୍କ କାମାକ୍ଷାନଗର ଥାନା ଜୟପୁରାକାଟେଣୀ ଗାଁର ଚେରୁ ଭୂତିଆ (୬୫) । ଚେରୁ କାର୍ଯ୍ୟ ସାରି ନିଜ ସାଇକେଲ ଯୋଗେ ଘରକୁ ଫେରୁଥିବା ବେଳେ ମୁକ୍ତାପଶି ଗୋଡିବନ୍ଧ ନିକଟରେ ଏକ ଅଜଣା ଗାଡି ଧକ୍କା ଦେଇ ପଳେଇ ଯାଇଥିଲା ।

ଘଟଣା ସ୍ଥଳରେ ହିଁ ଚେରୁଙ୍କର ମୃତ୍ୟୁ ହୋଇଥିଲା । ଏ ନେଇ ଖବର ପାଇ ଘଟଣା ସ୍ଥଳରେ କାମାକ୍ଷାନଗର ପୋଲିସ ପହଞ୍ଚି ମୃତ ଦେହକୁ ଉଦ୍ଧାର କରିବା ସହ କାମାକ୍ଷାନଗର ମେଡ଼ିକାଲରେ ବ୍ୟବଚ୍ଛେଦ କରିବା ସହିତ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରି ଅଧିକ ତଦନ୍ତ ଚଳାଇଛି । ତେବେ ଚେରୁଙ୍କ ମୃତ୍ୟୁକୁ ନେଇ ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି ।

new life
You might also like
error: Content is protected !!