News
WhatsApp Image 2023-10-04 at 17.25.00
samparksetu

ବାରହା ଫାସ ନେଲା ଦନ୍ତାର ଜୀଵନ ; ଅନ୍ୟପଟେ ହାତୀ ଆକ୍ରମଣରେ ଜଣେ ମୃତ ଜଣେ ଗୁରୁତର

ପୁଣିଥରେ ଢେ଼ଙ୍କାନାଳ ଜିଲ୍ଲା ବନବିଭାଗ ର ଅପାରଗତା

ପଦାରେ ପଡ଼ିଛି। ଢେ଼ଙ୍କାନାଳ ଜିଲ୍ଲାର ବନବିଭାଗ ର ଚରମ ଅବହେଳା ଓ ବିଫଳତା ପାଇଁ ମଣିଷ ଓ ହାତୀ ମାରିବା ଏବେ ନିତି ଦିନିଆ ଘଟଣାରେ ପରିଣତ ହୋଇଛି।

ସୂଚନା ଅନୁଯାୟୀ , ଢେ଼ଙ୍କାନାଳ ଜିଲ୍ଲାର ହିନ୍ଦୋଳ ବ୍ଲକ ଅନ୍ତର୍ଗତ ହିନ୍ଦୋଳ ବନାଞ୍ଚଳ ଅନ୍ତର୍ଗତ ଅସରଡା ଗ୍ରାମ ନିକଟରେ ୬ ତାରିଖ ବୁଧବାର ଏକ ଦନ୍ତା ହାତୀର ମୃତ୍ୟୁ ହୋଇଥିବା ଦେଖାଯାଇଛି । ଗ୍ରାମର ଦଳିତ ବସ୍ତି ପଛପାଖ ପଡିଆରେ ବଡି ଭୋର ସମୟରେ ଏକ ଦନ୍ତା ହାତୀ ମରିପଡିଥିବା କେତେକ ଗ୍ରାମବାସୀ ଦେଖି ବନ ବିଭାଗକୁ ଖବର ଦେଇଥିଲେ , ଖବର ପାଇ ବନାଞ୍ଚଳ ଅଧିକାରୀ ଲୋହିତ ରଥ ଓ ଢେଙ୍କାନାଳ ବନଖଣ୍ତ ଅଧିକାରୀ ଡ. ପ୍ରକାଶ ଚନ୍ଦ୍ର ଗୋଗିନେନି ଘଟଣାସ୍ଥଳରେ ପହଞ୍ଚି ତଦନ୍ତକୁ ଜୋରଦାର କରିବା ପରେ ବାରାହା ଶିକାର ପାଇଁ ବିଛା ଯାଇଥିବା ତାରରେ ଲାଗି ହାତୀର ମୃତ୍ୟୁ ହୋଇଛି , ଗୋଟିଏ ବ୍ୟ।ଗ ବିଦ୍ୟୁତ ତାର, ବ୍ୟବହାର ଗ୍ଲୋବସ ସହ ଛୋଟ ଛୋଟ ଖୁଣ୍ଟି କୁ ବିଭାଗ ଜବତ କରିଛି ,ଦନ୍ତା ହାତୀଟିର ଆଗ ଡାହାଣ ଗୋଡରେ ବିଦ୍ୟୁତ ଆଘାତ ଲାଗି ଘଟଣାସ୍ଥଳରେ ହାତୀଟି ମୃତ୍ୟୁ ବରଣ କାରିଥିବାର ଜଣାପଡିଛି ।

ପ୍ରାଣିଧନ ଅଧିକାରୀ ଡାକ୍ତର ଅଭିଷେକ ସାହୁଙ୍କ ଦ୍ୱାରା ମୃତହାତୀର ଶବକୁ ବ୍ୟବଛେଦ ପରେ ହାତୀର ଦାନ୍ତ ଦୁଇଟିକୁ ଜବତ କରାଯିବାସହ ହାତୀଟିକୁ ପୋତି ଦିଆଯାଇଛି । ଅପର ପକ୍ଷେ ଘଟଣାରେ ସଂପୃକ୍ତ ଥିବା ଅସରଡା ଗ୍ରାମର ଚଣ୍ତାଳ ନାଏକ ଙ୍କ ଅଭିଯୁକ୍ତ ପୁଅ ଜିତୁ ନାଏକକୁ ଜାମୁଚକଡା ଗ୍ରାମରୁ ଧରି ଅଧିକ ପଚରା ଉଚାରା ଜାରି ରଖିଛି ।

ଅନ୍ୟପଟେ ହିନ୍ଦୋଳ ବ୍ଲକ ବାଲିମି ଥାନା ଅନ୍ତର୍ଗତ ଦୁଦୁରୁକୋଟ ବ୍ରାହ୍ମଣମରା ଅଂଚଳରେ ଜୈନିକ ବ୍ୟକ୍ତି ଦନ୍ତା ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଛନ୍ତି । ଗ୍ରାମର ଭ୍ରମରବର ବେହେରା ( ୫୭) ସକାଳୁ ସକାଳୁ ଶୌଚ ହେବାକୁ ଯାଉଥିବା ସମୟରେ ଗୋଟିଏ ଦନ୍ତା ହାତୀକୁ ଦେଖି ଦୌଡି ପଳାଉଥିବା ସମୟରେ ଦନ୍ତା ହାତୀଟି ପଛପଟୁ ଆକ୍ରମଣ କରି ଭ୍ରମରବରଙ୍କ ପିଠିକୁ ଗୋଡରେ ଚାପିଦେଇ ଘୋର ଗର୍ଜନ କରି ନିକଟସ୍ଥ ଘଞ୍ଚ ଅଞ୍ଚଳକୁ ପଳାଇଥିଲା , ହାତୀ ଗର୍ଜନ ଶୁଣି କିଛି ସମୟ ପରେ ଗ୍ରାମବାସୀ ଦେଖିବାରେ ଘଟଣାସ୍ଥଳରେ ତାଙ୍କ ପ୍ରାଣବାୟୁ ଜାଇସାରିଥିଲା । ମୃତକ ପରିବାର ବର୍ଗକୁ କ୍ଷତିପୁରଣ ଦାବିରେ ଗ୍ରାମବାସୀ ଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିବାରୁ ଆବଶ୍ୟକ କ୍ଷତିପୁରଣ ବନ ବିଭାଗ ଦେବାର ପ୍ରତିଶୃତି ପରେ ଶବକୁ ବ୍ୟବଛେଦ ନିମନ୍ତେ ଡାକ୍ତର ଖାନକୁ ପଠାଇ ଦିଆଯାଇଥିଲା ।

ସେହିପରି ସଦର ରେଞ୍ଜ ବୋରାପଦା ଜଂଗଲରେ ହାତୀ ଆକ୍ରମଣରେ ଗହମଖୁଣ୍ଟି ଗ୍ରାମର ଯୁବକ ଆସୁତୋଷ ସାହୁ ଗୁରୁତର ହୋଇ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଆସୁତୋଷ ଜଣେ ବନ୍ଧୁଙ୍କୁ ଗ୍ରାମରୁ ଆଣି ଢେଙ୍କାନାଳରେ ଛାଡି ଘରକୁ ଫେରୁଥିବା ସମୟରେ ହାତୀ ଆକ୍ରମଣରେ ଗୁରୁତର ହୋଇଛନ୍ତି।

new life
You might also like
error: Content is protected !!