ଟାଟା ଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ଢେଙ୍କାନାଳ ଜିଲ୍ଲାର ନରେନ୍ଦ୍ରପୁର ଠାରେ ଅବସ୍ଥିତ ଏହାର କାରଖାନାରେ ଜୁଲାଇ ୪ ରୁ ୧୦ ତାରିଖ ମଧ୍ୟରେ ବର୍ତମାନ ଚାଲିଥିବା ‘ସ୍ୱାଧୀନତାର ଅମୃତ ମହୋତ୍ସବ’ ପାଳିତ ହୋଇଯାଇଛି । ଭାରତ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ ଅବସରରେ ସ୍ଥାନୀୟ ଲୋକ ଓ କାରଖାନା ଏବଂ ବିଦ୍ୟାଳୟ
ଛାତ୍ରଛାତ୍ରୀ ମାନଙ୍କ ଯୋଗଦାନରେ ଏକ ସଚେତନତା ଅଧିବେସନ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।
ବିଭିନ୍ନ ବିଦ୍ୟାଳୟ ଯଥା ଖଲିବେରଣାର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କୁରୁଂଟିର ଏସ୍ଏସ୍ଏସ୍ ଉଚ୍ଚ ବିଦ୍ୟାଳୟ ଏବଂ ଉଚ୍ଚ ପ୍ରାଥମିକ
ବିଦ୍ୟାଳୟ ଏବଂ କୁଶପଙ୍ଗା ନୋଡ଼ାଲ ଉଚ୍ଚ ବିଦ୍ୟାଳୟ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ୩୫୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ସହିତ ନିଜ ବିଦ୍ୟାଳୟ ପରିସରରେ ଚାରା ରୋପଣ କରିଥିଲେ ।
ଟାଟା ଷ୍ଟିଲ ମେରାମଣ୍ଡଳୀର କର୍ପୋରେଟ୍ ସାମାଜିକ ଦାୟିତ୍ୱ ଓ ପରିବେଶ ବିଭାଗ ଦ୍ୱାରା ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଟାଟା ଷ୍ଟିଲ ମେରାମଣ୍ଡଳୀ କ୍ରୀଡ଼ା କମିଟି ପକ୍ଷରୁ କମ୍ପାନୀର ଆବାସିକ କଲୋନୀରେ ରହୁଥିବା ବାସିନ୍ଦାଙ୍କ ପାଇଁ ଆୟୋଜିତ ୱାକାଥନ୍ରେ ୧୦୦ରୁ ଊର୍ଦ୍ଧ୍ୱ କମ୍ପାନୀ କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟ ଅଂଶଗ୍ରହଣ କରିଥିଲେ ।