ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ୫୩ ନଂ ଜାତୀୟ ରାଜପଥର ପଥରଖମ୍ବ ଛକ ନିକଟରେ ରାସ୍ତାରୋକ କରିଛନ୍ତି ପଥରଖମ୍ବ ଗାଁର ଗ୍ରାମବାସୀ । ପଥରଖମ୍ବ ଛକ ନିକଟରେ ସର୍ଭିସ ରୋଡ଼ ନହେବା ଓ ବସଷ୍ଟାଣ୍ଡ ବିଶ୍ରାମଗାରକୁ ପ୍ରାୟ ୫ଶହ ମିଟର ଦୂରତାରେ ତିଆରି କରିବା ଭଳି ଦାବି ନେଇ ଗାଁର ଶହ ଶହ ସଂଖ୍ୟକ ପୁରୁଷ ଓ ମହିଳା ମାନେ ରାସ୍ତାରୋକ କରିଥିଲେ ।
ଫଳରେ ତାଳଚେର-ଡୁବୁରୀ ଯାତାୟାତ ପ୍ରାୟ ୨ ଘଣ୍ଟା ଧରି ଠପ ହୋଇଯାଇଥିଲା । ରାସ୍ତାର ଉଭୟ ପାର୍ଶ୍ଵରେ ଶତାଧିକ ଯାନବାହନ ଅଟକି ରହିଥିଲା । ଖବର ପାଇ ଘଟଣା ସ୍ଥଳରେ କାମାକ୍ଷାନଗର ଥାନା ଆଇଆଇସି ଶରତ ମହାଳିକ ଓ ପରଜଙ୍ଗ ତହସିଲଦାର ଖଗେଶ୍ବର ପାତ୍ର ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ଉଠିଥିଲା ।