News
WhatsApp Image 2023-10-04 at 17.25.00
samparksetu

ମହାପ୍ରଭୁ

କାହାକୁ ଦେଇଛ
ଧନ ରତ୍ନ ମାଳା
କାହାକୁ ଗୋଟା ଖପରା,
ସଭିକୁ୍ଂ ତୁମେଟି
ଜନମ ଦେଇଛ
ତେବେ କିପାଁ
ହିଂସା ପରା॥୧

ମହାପ୍ରଭୁ ……ତେବେ…..
କି ଭୁଲ ହୋଇଲା
ଜନମ ମୋର ତ
ମାଟି ଝାଟି ରୂଅ ଘରେ,
ଆଶିଷ କିବା ଯେ
ବରଷିବ ନାହିଁ
ମୋ ଭଗାଂ ଚାଳିଆ ଘରେ ?॥୨

ମହାପ୍ରଭୁ… ମୋ ଭଗାଂ…….
ଶଖଂ ମଲ ମଲ
ଘରେ ଖାଲି ପ୍ରଭୁ
ଝଲ ସିବ ଝଲ ମଲ,
ତୁମରି ଶ୍ରୀଚରଣ
ସେଠାରେ ରହିଲା
ଆମ୍ଭ ବେଳୁ ମନା କଲ……॥୩

ମହାପ୍ରଭୁ….ଆମ୍ଭ….
ଜଗତ କୁ କୁହ
ଭାବ ଗ୍ରାହୀ ବୋଲି
ମୋ ଭାବକୁ କାହିଁ ବୁଝ,
ଅରକ୍ଷିତ ହୋଇ
ଦୁଃଖି ରଂକି ହେଲେ
ବଂଚିବି କିବା ସହଜ?॥୪

ମହାପ୍ରଭୁ……ବଂଚିବି…
କପଟ କରିକି
କି ଯଶ ପାଇବ
ଦେହରେ ଲାଗିବ କଳା,
ଦୀନ ହିନ କରି
ରଖିଲେ ପ୍ରଭୁ ହେ
ବାସିବନି ପୁଂଲମାଳା॥୫
ମହାପ୍ରଭୁ……ବାସିବନି……
ଖତ ମାଟି ଗୋଡି
ଲାଗିବ ବୋଲିଟି
ପାଦ ଦେଲ ନାହିଁ ଘରେ,
ହେଲେ ପ୍ରଭୁ ତେବେ
କରୁଣ କରିବ
କଣେଇଁ ଚାହିଁକି ଥରେ……॥୬

ମହାପ୍ରଭୁ….କଣେଇଁ…..
ମୁଁ ପରା ପ୍ରଭୁ ହେ
ତୁମରି ଜଗତେ
ଜନମ ହୋଇଛି ପରା,
କିପରି ରହିବି
କିବା ଚାଲିଯିବି
ଛାଡି ଏ ବସୁଧା ଧରା॥୭

ମହାପ୍ରଭୁ ….ଛାଡି ଏ….
ଦୟା କର ପ୍ରଭୁ
କରୂଣା ବରଷି
ନିର୍ଦୟ ନକର ଆମ୍ଭେ
ଦାନା ପାଣି ପ୍ରଭୁ
ନ କରିବ ହେଳା
ଅଭାବେ ନରଖ ତୁମ୍ଭେ॥୮

ମହାପ୍ରଭୁ… ଅଭାବେ…
କ୍ଷମା କର ପ୍ରଭୁ
କ୍ଷମା ଦିଆ ମୋତେ
ମାନରେ କିଛି କହିଲି,
ତୁମେ ନ ରଖିଲେ
ରଖିବ କିଏ ହେ
କରୁଣା କର ରହିଲି…..॥୯
ମହାପ୍ରଭୁ….କରୁଣା…

✍️ସାଇ ପ୍ରସାଦ କର

new life
You might also like
error: Content is protected !!