News
WhatsApp Image 2023-10-04 at 17.25.00
samparksetu

ବର୍ଷା ଦିନେରେ ବେହାଲ ପଙ୍ଗାତିରା-ଗଡ଼ପଳାଶୁଣି ରାସ୍ତା

କଙ୍କଡ଼ାହାଡ଼ ବ୍ଲକ ପଙ୍ଗାତିରା-ଗଡ଼ପଳାଶୁଣି ରାସ୍ତାରେ ବର୍ଷା ଦିନରେ ଯାତାୟତ କରିବା ସମ୍ଭବ ହେଉନାହିଁ । ଏହି ରାସ୍ତାରେ ଅନେକ ଜାଗାରେ ଖାଲ ହୋଇଥିବାରୁ ବର୍ଷା ଦିନରେ ରାସ୍ତା ମଝିରେ ପାଣି ଭର୍ତ୍ତି ହୋଇ ଯାଉଥିବାରୁ ଅନେକ ସମୟରେ ଦୁର୍ଘଟଣା ଘଟିଥାଏ । ମାଟି ରାସ୍ତା ହେତୁ ୪ଚକିଆ ଯିବା ଅସମ୍ଭବ ।

ଏହି ରାସ୍ତା ଉପରେ ୫ଟି ପଞ୍ଚାୟତ ବିରିବୋଲାଇ , ପଙ୍ଗାତିରା ଦଶୀପୁର ,ଗଡ଼ପଳାଶୁଣି ପଞ୍ଚାୟତର ଜନସାଧାରଣ ନିର୍ଭର କରିଥାନ୍ତି ।ଗଡ଼ପଳାଶୁଣି ରେ ମହାବିଦ୍ୟାଳୟ ଥିବାରୁ ପ୍ରତିଦିନ ଏହି ୫ଟି ପଞ୍ଚାୟତର ଛାତ୍ରଛାତ୍ରୀ ମହାବିଦ୍ୟାଳୟକୁ ବହୁ ଅସୁବିଧାରେ ଯାଉଛନ୍ତି ।

କଙ୍କଡାହାଡ଼ ବ୍ଲକ ସହ ଏହି ରାସ୍ତା ସଂଯୋଗ ହୋଇଥିବାରୁ ଦୈନନ୍ଦିନ ହଜାର ହଜାର ଲୋକ ଏହା ଉପରେ ନିର୍ଭର କରିଥାନ୍ତି । ପଙ୍ଗାତିରା ଠାରୁ ଗଡ଼ପଳାଶୁଣି ୪କିମି ଥିଲେ ମଧ୍ୟ ବର୍ଷା ଦିନରେ ଲୋକମାନେ ଅନ୍ୟ ଏକ ରାସ୍ତା ଯାହାକି ୨୦କିମି ଦୂରତ୍ୱ ରହିଛି ,ସେହିବାଟରେ ବାଧ୍ୟତାମୂଳକ ଯାଉଛନ୍ତି । ଏହି ରାସ୍ତାଟିକୁ ମୁଖ୍ୟମନ୍ତ୍ରୀ ଗ୍ରାମ ସଡ଼କରେ ସାମିଲ କରି ଏହାର ନିର୍ମାଣ କରିବାକୁ ଅଂଚଳବାସୀ ଦାବି କରିଛନ୍ତି ।

new life
You might also like
error: Content is protected !!