ଭୁବନ ବିଜ୍ଞାପିତ ଅଂଚଳ ପରିଷଦ ଅଷ୍ଟଶମ୍ଭୁ ମନ୍ଦିର ନିକଟରେ ଦୁଇ ବର୍ଷ ପୂବେ ନିର୍ମାଣ ହୋଇଥିବା କମ୍ପୋଷ୍ଟିଂ କେନ୍ଦ୍ରର ପାଚେରୀ ପ୍ରବଳ ବର୍ଷା ଯୋଗୁଁ ଭାଙ୍ଗିଯାଇଥିବା ଜଣାଯାଇଛି । ପରିବେଶକୁ ସ୍ୱଚ୍ଛ ରଖିବା ପାଇଁ ଭୁବନ ଏନ୍ ଏ ସିର ୨୨୦୦୦ ରୁ ଉର୍ଦ୍ଧ୍ୱ ଲୋକଙ୍କ ଘରୁ ବାହାରୁଥିବା ଶୁଖିଲା ଓ ଓଦା ଅଳିଆ କୁ ପ୍ରୋସେସିଙ୍ଗ କରି ଏହି ମାଇକ୍ରୋ କମ୍ପୋଷ୍ଟ କେନ୍ଦ୍ର ଜରିଆରେ ଖତ ତିଆରି କରାଯାଇଥାଏ ।
ଅଷ୍ଟଶମ୍ଭୁ ମନ୍ଦିର ନିକଟରେ ଥିବା କେନ୍ଦ୍ରଟିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ , ନଗର ଉନ୍ନୟନ ମନ୍ତ୍ରୀ ପ୍ରଦାପ ଜେନା ୨୦୨୦ ମସିହା ସ୍ୱାୟତ ଶାସନ ଦିବସରେ ଲୋକାର୍ପର କରିଥିଲେ । ହେଲେ ଅଦ୍ୟାବଧି ଗୋଟିଏ ଗ୍ରାମ ଖତ ଏଠାରୁ ଉତ୍ପାଦନ ହୋଇନାହିଁ । କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ପ୍ରବଳ ବର୍ଷା ଯୋଗୁଁ ନିମ୍ନମାନର ହୋଇଥିବା ଉତର ପାର୍ଶ୍ୱର ପ୍ରାଚୀର ଭାଙ୍ଗିଯାଇଛି । ପୂର୍ବ ପଟ ପ୍ରାଚୀର ଫାଟି ଯାଇଛି । ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ସରକାର ସମ୍ପତି ନିର୍ମାଣ ସମୟରେ ସରକାରୀ କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ଏପରି ହୋଇଥିବା ସାଧାରଣରେ ଚର୍ଚ୍ଚା ହେଉଛି ।