କ୍ଷୁଦ୍ର ଜଳ ବିନ୍ଦୁ ମିଶି ହୁଏ ସିନ୍ଧୁ
ବାଲି ଗରଡ଼ାରେ ଗିରି
ଇଟା, ପଥରରେ ହୁଏ କୋଠାଘର
ଏକତା ବଳ ସବୁରି l
ଏକତା ନିକଟେ ବିଜୟ ପ୍ରକଟେ
ନ ଥାଏ କାହାକୁ ଭୟ
କ୍ଷୁଦ୍ର ହୋଇ ଥାଇ ଏକତା ର ପାଇଁ
ବିଶାଳ ତା ପରିଚୟ l
ନଦୀ ଓ ସାଗର, ପାହାଡ଼, ପର୍ବତ
ଏକତା ରୁ ସୃଷ୍ଟି ପ୍ରାୟ
ସଭିଙ୍କର ପାଇଁ ପ୍ରେରଣା ଅଟଇ
ଏକତା କରି ପାଥେୟ l
ଆଜିର ଦିବସ ହେଉ ସୁଖମୟ
ସଭିଙ୍କର ଜୀବନରେ
ଏକତାରେ ଆମ ରହୁ ଏ ଜୀବନ
ଶୁଭେଚ୍ଛା ଏ ସକାଳରେ l
✍️ସରୋଜ ସାହୁ