ଭବିଷ୍ୟ କୁ ଆଖିରେ ରଖି
ଖୋଲା ପଲକ ରେ ଦେଖିଥିବା ସ୍ବପ୍ନ ସବୁ
ଉଡ଼ି ଯାଆନ୍ତି ମେଡ଼ିସିନ୍ ଗନ୍ଧ ରେ…
ଇଞ୍ଜେକ୍ସନ ବୋତଲ ଭଙ୍ଗା ହେବାର ଶବ୍ଦ ଶୁଣୁଶୁଣୁ
ହୃଦୟ ଭାଙ୍ଗି ଛଅ ଫାଳ ହୁଏ ବିନା ଶବ୍ଦ ରେ…
କେହି ସିନା ବୁଝନ୍ତି ନି ସିରିଞ୍ଜ ଫୋଡା ହେବା ର ବାଧା ଟା..!
ସେ ମା ଆଖି ର ଲୁହ , ବାପ ଛାତିର କୋହ..
ଭଉଣୀ ର ନୀରବ ଚିତ୍କାର ଆଉ ଭାଇର ବଧିର ପଣ
ବଖାଣି ଦିଏ କି ଦି ଇଞ୍ଚ୍ ର ନହ ନହକା ପତଳା ଛୁଞ୍ଚି ଏକା ସାଥେ କରିପାରେ ଅନେକ ହୃଦୟ ରେ କଣା….
ଅନେକ ସହିଲା ପରେ ସନ୍ଧ୍ୟା ଆସେ
ଠିକ୍ ଏତିକି ବେଳେ
ଦକ୍ଷିଣ ରୁ ଦକ୍ଷିଣା ପବନ ଟା କାଠେଇ ଯାଇ
କାଠ ପରି କଚାଡି ହେଇ ପଡ଼େ ଦେହ ସାରା….
ଏ ଆଘାତ ରେ ବିବସ ହେଇ
ଉତ୍ତର କୁ କେନ୍ଦ୍ର କରି ନିଜ ଉତ୍ତରୋତ୍ତର ଉନ୍ନତି ର
କାମନା ସବୁ ଅବନତି ର
କୋହ କୁଣ୍ଡଳିନୀ ସାଜି ଘୁରି ବୁଲନ୍ତି
କାଳ ରାତ୍ରୀ ର ପ୍ରାରବ୍ଧ ରେ….
କାଳ ରାତ୍ରୀ ର ପ୍ରାରବ୍ଧ ରେ….
ପଶ୍ଚିମ କୁ ଚାହିଁ ଅସ୍ତଗାମୀ ସୂର୍ଯ୍ୟ ର ପରବର୍ତ୍ତୀ ମୁହୂର୍ତ୍ତ କୁ ଭାବିଲେ ଆଖି ଭେଦେ ଅଧା ଛାଇ ଅଧା ଆଲୁଅ ରେ…
ପୂର୍ବ ପଟ କୁ ବାଟ କାଟି ଲୁହ ଗୁଡ଼ା ଗଣ୍ଡ ଛୁଇଁ ନିମ୍ନଗାମୀ ହୁଅନ୍ତି, ନିମ୍ନଗାମୀ ହେବାର ପୂର୍ବଭାସ ଛାଡ଼ି…
ତଥାପି ଏ ପୂର୍ବଭାସ ବଞ୍ଚିବା, ବଞ୍ଚାଇବା ର
ସଂଘର୍ଷ କୁ ପାରେନି ରୋକି…
ଦୁର୍ବଳ କରି ପାରେନି ସବୁ କିଛି ଠିକ୍ ହେଇଯିବା ର ମନୋବଳ କୁ….
ଥକେଇ ପାରେନି ହସ ,ଖୁସି, ଆନନ୍ଦ କୁ
କିଣି ଆଣିବା ର ପରିଶ୍ରମ କୁ….
ମେଡ଼ିକାଲ୍ ରେ ସନ୍ଧ୍ୟା ଆସେ
ରାତି ନୁହେଁ ତ କାଳ ର ଆଗମନୀ ବାର୍ତ୍ତା ନେଇ
ନିଦ ହଜା, ସ୍ବପ୍ନ ଉଡା କାଳିମା ଆଣି
ସନ୍ଧ୍ୟା ଆସେ…
ନିଶବ୍ଦ ମନ କୁ ନିଶବ୍ଦତର କରି
ଖରାପ ଅନୁଚିନ୍ତା ଭରି…
ମେଡ଼ିକାଲ୍ ରେ ସନ୍ଧ୍ୟା ଆସେ….. ।
✍️ଦୀପିକା ପେରେଇ