News
WhatsApp Image 2023-10-04 at 17.25.00
samparksetu

ମୁଖ୍ୟ ଶାସନ ସଚିବଙ୍କୁ ଅଭିଯୋଗ ପରେ ବି ମିଳିଲାନି ଭତ୍ତା ,ବିଡିଓ କହୁଛନ୍ତି ଆଉଥରେ ଆବେଦନ କର !

ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ କତ୍ତମ ପଞ୍ଚାୟତର ଜଣେ ଗରିବ ଲୋକ ଭତ୍ତା ପାଇଁ ଓଡିଶା ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କ ନିକଟରେ ଅଭିଯୋଗ କଲେ ମଧ୍ୟ ଭତ୍ତା ମିଳିଲା ନାହିଁ । ବିଡିଓଙ୍କୁ ନିବେଦନ କଲେ ଆଉଥରେ ଦରଖାସ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କୋତ୍ତମ ପଞ୍ଚାୟତ ଖଇରା ସାହିର ଦୟାନିଧି ନାଏକଙ୍କ ପୁଅ ଗଙ୍ଗାଧର ନାଏକ ବାର୍ଦ୍ଧକ୍ୟ ଭତ୍ତା ପାଇବା ପାଇଁ ସବୁ ଦିଗରୁ ନିରାଶ ହେବା ପରେ ଓଡିଶା ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରିଥିଲେ ।

ଏହି ଅଭିଯୋଗ ପତ୍ର ସଂଖ୍ୟା ସିଏସ୨୦୨୦୨୨୭୫୨୧୭ ଟି ବିଡିଓଙ୍କ ନିକଟକୁ ଆସିବା ପରେ ବିଡିଓ ଙ୍କ କାର୍ଯ୍ୟାଳୟ ପତ୍ର ସଂଖ୍ୟା
୩୩୫୪/୨୭.୦୭.୨୦୨୨ ରେ ଗଙ୍ଗାଙ୍କୁ ଆଉଥରେ ପ୍ରମାଣ ପତ୍ର ସହିତ ଜନ ସେବା କେନ୍ଦ୍ର ଜରିଆରେ ଆବେଦନ କରିବାକୁ ନିର୍ଦ୍ଦେଶ ଦେଇଥିବାର ଜଣାପଡିଛି । ଆବେଦନ ର ଏକବର୍ଷ ପୁରିବା ପରେ ମଧ୍ୟ ବିଡ଼ିଓଙ୍କ ଏଭଳି ମନ୍ତବ୍ୟ ଏବଂ ଥରେ ଆବେଦନ କରି ଖର୍ଚ୍ଚାନ୍ତ ହେବା ପରେ ପୁଣି ଥରେ ଆବେଦନ କରିବାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି ।

ଗରିବ ଲୋକଙ୍କ ପ୍ରମାଣ ପତ୍ର ଯାଞ୍ଚ ସହିତ ପଞ୍ଚାୟତ ତରଫରୁ ନିର୍ବାହୀ ଅଧିକାରୀ ଏହାର ତଦନ୍ତ କରି ରିପୋର୍ଟ ଦେବା ପ୍ରତି ବଦଳରେ ବିଡିଓଙ୍କ ଏଭଳି ଆଦେଶକୁ ନେଇ ଚର୍ଚ୍ଚା ହେଉଛି । ମୁଖ୍ୟ ଶାସନ ସଚିବଙ୍କ ଠାରୁ ଅଭିଯୋଗ ପାଇବା ପରେ ତଦନ୍ତ ନକରି ଏଭଳି ଆଦେଶ ଦେବା କେତେଦୂର ଯୁକ୍ତିଯୁକ୍ତ ବୋଲି ଆଲୋଚନା ହେଉଛି ।

new life
You might also like
error: Content is protected !!