News
WhatsApp Image 2023-10-04 at 17.25.00
samparksetu

ରାସ୍ତା କଡ଼ରେ ନଷ୍ଟ ହେଉଛି ହଜାର ହଜାର ଚାରା

ରାଜ୍ୟ ସରକାରଙ୍କ ଜଙ୍ଗଲ ବିଭାଗ ପକ୍ଷରୁ ବୃକ୍ଷରୋପଣ ନିମନ୍ତେ କୋଟି କୋଟି ଟଙ୍କାର ବ୍ୟୟ ବରାଦ କରୁଥିବା ବେଳେ, କିଛି ଅସାଧୁ ସରକାରୀ କର୍ମଚାରୀ ଓ ଠାକାଦାରଙ୍କ ମଧୁଚନ୍ଦ୍ରିକାରେ ସରକାରୀ ଅର୍ଥକୁ ହଡପ କରୁଥିବାର ଦେଖିବାକୁ ମିଳିଛି ।

ସୂଚନା ମୁତାବକ ଢେଙ୍କାନାଳ ବନଖଣ୍ଡ ମହାବିରୋଡ ବନାଞ୍ଚଳ ଅଧିନ ରଙ୍ଗଥଳୀ ବିଟ୍ ଅନନ୍ତପୁର ସଂରକ୍ଷିତ ଜଙ୍ଗଲ‌ ୨୦ ହେକ୍ଟର ପରିମିତ ସ୍ଥାନରେ ବୃକ୍ଷ ରୋପଣ କାର୍ଯ୍ୟ ଚାଲିଥିଲାବେଳେ, ହଜାର ହଜାର ବୃକ୍ଷରୋପଣ ନିମନ୍ତେ ଆସିଥିବା ଚାରା ମାଣକିମରା ପଞ୍ଚାୟତର ଜକା ଗ୍ରାମ ର ନୂଆ ସାହି ଠାରୁ ସଂରକ୍ଷିତ ଜଙ୍ଗଲ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ବରେ ପଡ଼ିରହିଛି ହଜାର ହଜାର ଲିମ୍ବ,ଜାମ୍ବୁ, ଅଁଳା, ପିଜୁଳି ,ଶିଶୁ,ପଣସ ଭିନ୍ନଭିନ୍ନ ପ୍ରକାର ଚାରା ପଡି ରହି ଶୁଖିଲା ଅବସ୍ଥାରେ ରହିଛି।

ବୃକ୍ଷରୋପଣ ସ୍ଥାନରେ ଥିବା ଏକ ଶ୍ରମିକ କହିଛନ୍ତି କି ,ଆମେ ୯୨ ଜଣ କାର୍ଯ୍ୟ କରୁଥିଲୁ , ପାରିଶ୍ରମିକ ନ ମିଳିବା ଫଳରେ କିଛି ଦିନ ହେବ ବୃକ୍ଷରୋପଣ କାର୍ଯ୍ୟ ବନ୍ଦ ଅଛି ‌।

ଏନେଇ ସେହି ସମୟରେ ଥିବା ରଙ୍ଗଥଳୀ ବିଟ୍ ଅଧିକାରୀ ଆର୍ଯ୍ୟ ସାହୁ କୁହନ୍ତି କି ଏହା ବିଭାଗୀୟ ପ୍ରକଳ୍ପ ଅଟେ,ରାସ୍ତା କଡ଼ରେ ଚାରା ଗୁଡ଼ିକ ରଖାହୋଇଛି,ଡିଏଫ୍ଓ ଟଙ୍କା ଦେଇନାହାନ୍ତି ଯାହା ଫଳରେ ଶ୍ରମିକ ମାନଙ୍କୁ ପାରିଶ୍ରମିକ ଦିଆଯାଇ ନାହିଁ lସେଥିପାଇଁ ଚାରା ଗୁଡିକୁ ରାସ୍ତା କଡ଼ରେ ରଖାଯାଇଛି ,ମରିଯାଇଥିବା ଚାରାକୁ ଆମେ ମହାବିରୋଡ ରେଞ୍ଜକୁ ଫେରାଇ ଦେବୁ ।

ସେହିପରି ଭାବରେ ମହାବିରୋଡ ବନାଞ୍ଚଳ ଅଧିକାରୀ ସତ୍ୟନାରାୟଣ ସାହୁ କହିଛନ୍ତି କି ମୁଁ ଜଗୁଆଳିକୁ ପଚାରିଛି ସେ ଚାରାରେ ପ୍ରତ୍ୟେକ ଦିନ ପାଣି ଦେଉଛି । ତେବେ ନଷ୍ଟ ହୋଇଯାଉଥିବା ହଜାର ହଜାର ଚାରା ଉପରେ ଦୃଷ୍ଟି ଆକର୍ଷଣ କରିବା ସହିତ,ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ।

new life
You might also like
error: Content is protected !!