ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡରେ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ଉପଖଣ୍ଡ ସ୍ତରୀୟ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ହିନ୍ଦୋଳ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଶିବାନନ୍ଦ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ହିନ୍ଦୋଳ ତହସିଲ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆଜି ଅପରାହ୍ନ ୩ଟା ରେ ଅନୁଷ୍ଠିତ ଏହି ବୈଠକରେ ଚଳିତ ସ୍ୱାଧୀନତା ଦିବସ ୧୫ତାରିଖରେ ସରକାରଙ୍କ ସମ୍ପୂର୍ଣ୍ଣ କୋଭିଡ କଟକଣା ରେ ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ହୋଇଥିଲା।
ଉପଖଣ୍ଡ ସ୍ତରୀୟ ଏହି ଉତ୍ସବରେ କେବଳ ମହାପୁରୁଷ ମାନଙ୍କୁ ପୁଷ୍ପମାଲ୍ୟ ଅର୍ପଣ ସହ ପତାକା ଉତ୍ତୋଳନ ହୋଇ ମୁଖ୍ୟ ଅତିଥି ଅଭିବାଦନ ଗ୍ରହଣ କରିବେ।ସ୍ବଳ୍ପ ସଂଖ୍ୟକ ବ୍ୟକ୍ତି ଉପସ୍ଥିତ ରହିବା ସହ ସମ୍ପୂର୍ଣ୍ଣ କଟକଣାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।କୌଣସି ରଙ୍ଗାରଙ୍ଗ ଉତ୍ସବ ଆୟୋଜନ ନକରାଯାଇ କେବଳ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ କୃଷକ, କରୋନା ଯୋଦ୍ଧା ଏବଂ ଅନ୍ୟାନ୍ୟ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ବ୍ୟକ୍ତିବିଶେଷ ଙ୍କୁ ସମ୍ବର୍ଦ୍ଧନା ଦିଆଯିବ।
ଏଥିସହିତ ଦୂରତା ବଜାୟ, ସାନିଟାଇଜର ଓ ମାସ୍କ ବ୍ୟବହାର ବାଧ୍ୟତାମୂଳକ ବୋଲି ନିଷ୍ପତ୍ତି ହୋଇଥିଲା। ସ୍ୱଚ୍ଛତା ଓ ପରିମଳ ପାଇଁ ହିନ୍ଦୋଳ ଏନ ଏ ସି, ଆଶୁ ଚିକିତ୍ସା ପାଇଁ ଚିକିତ୍ସାଧିକାରୀ ,ପରେଡ଼ ପାଇଁ ହିନ୍ଦୋଳ ଜେଲ ଓ ପୋଲିସ ବିଭାଗକୁ ଦାଇତ୍ୱ ଅର୍ପଣ କରାଯାଇଥିଲା।ଏହି ବୈଠକରେ ଅତିରିକ୍ତ ଉପଜିଲ୍ଲାପାଳ ଶ୍ରୀ ଗଜାନନ ପ୍ରଧାନ ପ୍ରାରମ୍ଭିକ ସୂଚନା ଦେଇଥିବାବେଳେ ତହସିଲଦାର ଶ୍ରୀ ସୁଶାନ୍ତ ମିଶ୍ର, ମେଡ଼ିକାଲ ଅଫିସର ସୁଧାଂଶୁ ଶେଖର ମିଶ୍ର,ଉପନିବନ୍ଧକ ସତ୍ୟାନନ୍ଦ ଦାସ, ପୋଲିସ ଏସ୍ଡ଼ିପିଓ ଅଞ୍ଜନା ଟୁଡୁ, ଥାନା ଅଧିକାରୀ ଚାରୂଲତା ବେହେରା, ଅଗ୍ନିଶମ ଅଧିକାରୀ ସଦାଶିଵ ସେଠି, ଅବକାରୀ ବିଭାଗ ଅଧିକାରୀ, ହିନ୍ଦୋଳ ଏନ ଏ ସି ନିର୍ବାହୀ ଅଧିକାରୀ ଏମ ଶ୍ରୀନିଭାସ, କାଉନସିଲର ତଥା ସାମ୍ବାଦିକ ପ୍ରଦ୍ୟୁମ୍ନ ବେହେରା, ତପନ ପରିଡା ,ସାମ୍ବାଦିକ ତଥା ଆଇନଜୀବୀ ବ୍ରାହ୍ମ।ନନ୍ଦ ପଟନାୟକ, ପ୍ରକାଶ ନାୟକ,ବ୍ଲକ ଶିକ୍ଷାଧିକାରୀ, ହାଇସ୍କୁଲ ଶିକ୍ଷକ,ଜେଲ ଅଧିକାରୀ ଅନ୍ୟାନ୍ୟ ସରକାରୀ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହିଥିଲେ। ସମସ୍ତ କାର୍ଯ୍ୟକ୍ରମ ସରକାରଙ୍କ ଗାଇଡଲାଇନ ଅନୁଯାଇ ପାଳିତ ହେବବୋଲି ଉପଜିଲ୍ଲାପାଳ ପ୍ରକାଶ କରିଥିବା ବେଳେ ଅତିରିକ୍ତ ଉପଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ।