News
WhatsApp Image 2023-10-04 at 17.25.00
samparksetu

ଗାଡି ଡିକି ଭାଙ୍ଗି ୨.୫ ଲକ୍ଷ ଟଙ୍କା ଲୁଟ୍

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଉପ ନିବନ୍ଧଙ୍କ କାର୍ଯ୍ୟାଳୟ ପାଖ ହୋଟେଲ ପାଖରୁ ଏକ ଗାଡିର ଡିକି ଭାଙ୍ଗି ୨.୫ ଲକ୍ଷ ଟଙ୍କା ଲୁଟି ନେଲେ ଡକାୟତ ଦଳ । ସୂଚନା ମୁତାବକ ପରଜଙ୍ଗ ଗ୍ରାମର ସତ୍ୟାନନ୍ଦ ବାଡିଆ (୪୬) ୟୁକୋ ବ୍ୟାଙ୍କ, ପରଜଙ୍ଗ ଶାଖା ଜରିଆରେ ବାରିହାପୁର ପଞ୍ଚାୟତର ବାଣିଜ୍ୟ ସହଯୋଗ ଭାବରେ କାର୍ଯ୍ୟରତ ଅଛନ୍ତି ।

ଶ୍ରୀ ବାଡିଆ ଗ୍ରାହାକ ମାନଙ୍କ ପାଇଁ ସୋମବାର ଦିନ ୧୨.୪୦ ଘଟିକା ସମୟରେ ୟୁକୋ ବ୍ୟାଙ୍କରୁ ୨.୫ ଲକ୍ଷ ଟଙ୍କା ଉଠାଣ କରି ତାଙ୍କ ଗାଡି ଡିକିରେ ରଖିଥିଲେ । ମଧ୍ୟାହ୍ନ ଭୋଜନ ନିମନ୍ତେ ଉପନିବନ୍ଧକ କାର୍ଯ୍ୟାଳୟ ପାଖରେ ଥିବା ଏକ ହୋଟେଲରେ ଖାଇବା ସାରି ଆସି ଦେଖିଥିଲେ ,ଗାଡି ଡିକି ଭାଙ୍ଗି ସେଥିରେ ଥିବା ସମସ୍ତ ଟଙ୍କା କେହି ଚୋରି କରିନଥିଲେ । ଏନେଇ ଶ୍ରୀ ବାଡିଆ ପରଜଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ଅଭିଯୋଗକୁ ଭିତ୍ତି କରି ପରଜଙ୍ଗ ପୋଲିସ ଜୋରଦାର ତଦନ୍ତ ଆରମ୍ଭ କରିଛି ବୋଲି ପରଜଙ୍ଗ ଥାନା ଅଧିକାରୀ ପ୍ରଶାନ୍ତ କୁମାର ପାତ୍ର କହିଛନ୍ତି । ମାତ୍ର ଉକ୍ତ ହୋଟେଲଟି ପରଜଙ୍ଗ ଥାନା ଠାରୁ ଶହେ ମିଟର ହୋଇଥିଲେ ମଧ୍ୟ ପୋଲିସ କୁ ଖୋଲାଖୋଲି ଚାଲେଞ୍ଜ ଦେଇଛନ୍ତି ଲୁଟେରା ଗ୍ୟାଙ୍ଗ ଏବଂ ପୋଲିସ ପାଟ୍ରୋଲିଂକୁ କଡାକଡି କରିବାକୁ ସାଧାରଣରେ ଦାବି ହୋଇଛି ।

new life
You might also like
error: Content is protected !!