ସବୁବେଳେ ଦେଉଥିଲେ ନିର୍ଯ୍ୟାତନା ଆଉ ଶେଷରେ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ବାପଘର ଲୋକେ । ଏଭଳିଆ ଅଭିଯୋଗ ଆସିଛି ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ବାଉଁଶପାଳ ଗ୍ରାମ ପୁରୁଣାପାଣି ସାହିରୁ।
ପ୍ରାୟ ୧୦ବର୍ଷ ହେବ ପୁରୁଣାପାଣି ସାହିର ଘନଶ୍ୟାମ ବିଶ୍ୱାଳଙ୍କ ପୁଅ ସୂର୍ଯ୍ୟମଣି ବିଶ୍ୱାଳ ହିନ୍ଦୋଳ ଥାନା ବିଲେଇଖଳି ଗାଁର ଛଇଳ ଗଡନାୟକଙ୍କ ଝିଅ ସୁନିତା ଗଡନାୟକଙ୍କୁ (୩୦ବର୍ଷ) ବୈଦିକ ରିତି ନୀତିରେ ବିବାହ କରିଥିଲେ ।
ଆରମ୍ଭ ଦିନରୁ ସବୁବେଳେ ନିର୍ଯ୍ୟାତନା ଦେଉଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ବିଭିନ୍ନ ସମୟରେ ବାପଘର ଲୋକେ ଆସି ବୁଝାସୁଝା କରି ସମାଧାନ କରି ଯାଆନ୍ତି। ଆଉ ଆଜି ପାହାନ୍ତା ବେଳକୁ ଖବର ପାଇଲେ ଝିଅର ମୃତ୍ୟୁ ହୋଇଯାଇଛି । ଏପଟେ ଶାଶୁ ଘର ଲୋକେ କହୁଛନ୍ତି ଲୁଗାରେ ଗଛରେ ଝୁଲି ଆତ୍ମହତ୍ୟା କରିଛି ବୋହୁ।
କିନ୍ତୁ ଝିଅର ପରିବାର ଲୋକେ ମୃତଦେହ ଘର ଚଟାଣରେ ରହିଥିବାର ଦେଖିବାକୁ ପସିଥିଲଡ଼ । ବେକରେ ଦାଗ ମଧ୍ୟ ରହିଛି,ତେଣୁ ତାକୁ ସ୍ୱାମୀ ଓ ପରିବାର ଲୋକେ ମିଶି ହତ୍ୟା କରିଥିବା କାମାକ୍ଷାନଗର ଥାନାରେ ବାପଘର ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ କାମାକ୍ଷାନଗର ପୋଲିସ ପହଞ୍ଚି ମୃତକର ସ୍ବାମୀ ସୂର୍ଯ୍ୟମଣିକୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ପାଇଁ ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ ଯାରିରଖିଛି ।