News
WhatsApp Image 2023-10-04 at 17.25.00
samparksetu

ମୃତ୍ୟୁବରଣ କରିଥିବା ଡ୍ରାଇଭରଙ୍କୁ ନ୍ୟାୟ ପ୍ରଦାନ ପାଇଁ ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ଦାବି

ମୃତ୍ୟୁବରଣ କରିଥିବା ଡ୍ରାଇଭରଙ୍କୁ ନ୍ୟାୟ ପ୍ରଦାନ ପାଇଁ ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଜିଲ୍ଲାପାଳ ଙ୍କୁ ଦାବିପତ୍ର ଦେଲେ ଓଡ଼ିଶା ଡ୍ରାଇଭର ମହାସଂଘ।ଖବରରୁ ପ୍ରକାଶ ଯେ ,ଗତ ୨୫/୬/୨୨ରିଖ ଦିନ ହିନ୍ଦୋଳ ଏନ ଏ ସି ୱାର୍ଡ ନଂ-୮ର ଗୋଲାପ ମହମ୍ମଦଙ୍କ ଘର କାନ୍ଥରେ ପିଟିହୋଇ ଏକ ଅଭାବନୀୟ ଘଟଣାରେ ଏକ କାର ଦୁର୍ଘଟଣାରେ ୨/୩ଜଣ ବ୍ୟକ୍ତି ଆହତ ହେବାପରେ ସେଠିକାର ଜନସାଧାରଣ ଉତ୍ୟକ୍ତ ହୋଇପଡିଥିଲେ ଏବଂ କାର ଚାଳକ ୱାର୍ଡ଼ ନଂ-୧୨ବାସୀ ବ୍ଳହେଇ ମୁଦୁଲିଙ୍କ ପୁଅ ଦେବୀପ୍ରସାଦ ମୁଦୁଲିଙ୍କ ସେହି ପଟଣା ସାହିର ଗୋଲାପ ମହମ୍ମଦଙ୍କ ଘର ସାମ୍ନାରେ ସନ୍ଦେହ ଜନକ ମୃତ୍ୟୁ ହୋଇଥିଲା।

ଏହି ଘଟଣାକୁ ନେଇ ଦେବୀ ପ୍ରସାଦଙ୍କ ପତ୍ନୀ ଶୁଭଦ୍ରା ମୁଦୁଲି ହିନ୍ଦୋଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ କି, ଜୈନିକ ବ୍ୟକ୍ତିଙ୍କ ସମେତ ସେଠିକାର ଆଉ କିଛି ବ୍ୟକ୍ତି ଉତ୍ୟକ୍ତ ଅବସ୍ଥାରେ ତାଙ୍କ ସ୍ୱାମୀଙ୍କୁ ଗାଡ଼ିରୁ ଟାଣି ଆଣି ନିସ୍ତୁକ ପିଟାପିଟି କରିବାରୁ ସ୍ୱାମୀଙ୍କର ମୃତ୍ୟୁ ହୋଇଥିଲା।

ହିନ୍ଦୋଳ ଥାନା ପୋଲିସ ଏହି ଅଭିଯୋଗ ଭିତ୍ତିରେ କେସ ନଂ-୧୦୮/୨୬/୬/୨୨ରେ ୩୦୨,୩୪ଆଇପିସି ଧାରାରେ ଜୈନିକ ବ୍ୟକ୍ତି ଓ ଅନ୍ୟମାନଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ। ଏଥି ସହିତ ପ୍ରଶାସନ ମଧ୍ୟ ସାତଦିନ ମଧ୍ୟରେ ନ୍ୟାୟପ୍ରଦାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ ।

ମାତ୍ର ଆଜିକୁ ଏକ ମାସରୁ ଉର୍ଦ୍ଧ୍ବ ହୋଇଯାଇଥିଲେ ମଧ୍ୟ ତଦନ୍ତର ଫଳାଫଳ କିଛି ଜଣା ନପଡିବାରୁ ମୃତ ଦେବୀପ୍ରସାଦ ଙ୍କ ପାଇଁ ଓଡ଼ିଶା ଡ୍ରାଇଭର ମହାସଂଘ ତରଫରୁ ନ୍ୟାୟ ପ୍ରଦାନ ପାଇଁ ହିନ୍ଦୋଳ ଉପଜିଲ୍ଲାପାଳ, ହିନ୍ଦୋଳ ତହସିଲଦାର ଓ ହିନ୍ଦୋଳ ଥାନା ଅଧିକାରୀ ଙ୍କ ନିକଟରେ ଦାବିପ୍ରଦାନ କରିଛନ୍ତି।

ଡ୍ରାଇଭର ମହାସଂଘ ପକ୍ଷରୁ ହିନ୍ଦୋଳ ବ୍ଲକ ସଭାପତି ବିକାଶ ରାଉତ, ସମ୍ପାଦକ ସୁଶାନ୍ତ ବେହେରା, କୋଷାଧ୍ୟକ୍ଷ ସଞ୍ଜୟ ବେହେରା ଓ ସଭ୍ୟ ଅଭିରାମ ବେହେରା ଗଦାଧର ମୁଦୁଲି, ରଜନୀକାନ୍ତ ବେହେରା, ପ୍ରକାଶ ପ୍ରଧାନ, ନରେଶ ବେହେରା, ପ୍ରଶାନ୍ତ ଦାସ, ବିରବର ସାହୁ, ସମୀର ବେହେରା, ଜିତେନ୍ଦ୍ର ବେହେରା, ବିକାଶ ବେହେରା, ବିଜୟ, ବିଶ୍ୱନାଥ ସାହୁ ଓ ଅନ୍ୟମାନେ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କ ସମ୍ମୁଖରେ ପ୍ରକାଶ କରିଛନ୍ତି ଜେ ମୃତ ଡ୍ରାଇଭରସଂଘ ସଦସ୍ୟ ଦେବୀପ୍ରସାଦଙ୍କ ମୃତ୍ୟୁର ସଠିକ ଭାବରେ ତଦନ୍ତ କରି ନ୍ୟାୟପ୍ରଦାନ ତୁରନ୍ତ କରାନଗଲେ ସଂଘ ପକ୍ଷରୁ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବା ଆନ୍ଦୋଳନ ତୀବ୍ର କରାଯିବ ।

new life
You might also like
error: Content is protected !!