News
WhatsApp Image 2023-10-04 at 17.25.00
samparksetu

ମାଆ କାଳିଜାଇ

ହିରା ପରି ଚିକ୍ ଚିକ୍ ସାରା ଶରୀର
ଗୈାରବର୍ଣ୍ଣ ଶରୀର ଅତି ମନୋରମ
ପଦ୍ମ ପାଖୁଡ଼ା ପରି ଢଳ ଢଳ ନୟନ ଯୁଗଳ
ଶରୀର ରେ ରେଶମୀ ଶାଢ଼ୀ

ଅଳଙ୍କାର ରେ ଶରୀର ମଣ୍ଡିତ
ପଦ୍ମ ଫୁଲ ସମ ଦୁଇପାଦ ଯୁଗଳ
ଚିଲିକାର ନୀଳ ଲୋହିତ ପାଣି ଯେ ପବିତ୍ର
ମାଆଙ୍କର ପଦ ସ୍ପର୍ଶରେ
ଚତୁଃପାଶ୍ବ ଚିଲିକାର ପାଣିଘେର
ପାହାଡ଼ ମଧ୍ୟରେ ମାଆ ଙ୍କ ବସତି
ଦିବା ତମାମ ଭକ୍ତ ଙ୍କର ଆଗମନ
ଚିଲିକାରେ ନଉକା ବିହାରର ଆନନ୍ଦ
ମାଆ ଙ୍କର ଦର୍ଶନ

ଭକ୍ତଙ୍କ ମନରେ ଆଶା ଆକାଂକ୍ଷା
ସବୁ ମନସ୍କାମନା ହୋଇବ ପୁର୍ଣ୍ଣ
ପକ୍ଷୀ ଙ୍କର ମଧୁର ସ୍ବର ଗୁଞ୍ଜନ
ଭକ୍ତଙ୍କ ହୁଳହୁଳି ଘଣ୍ଟନାଦେ
ମାଆ ଙ୍କର ମୁଖମଣ୍ଡଳ ଉଲ୍ଲାସିତ
ଲୋକକଥା ବହୁ ପୁରୁଣା ଇତିହାସ ଗାଥା
ରାତ୍ରୀ ର ନିସ୍ତବ୍ଧ ପ୍ରହରେ
ପାହାଡ଼ ର ବୁକୁ ଚିରି ଭାସିଆସେ

ମାଆ ଙ୍କର କ୍ରନ୍ଦନର ସ୍ବର
ବେଦନା ଭରା ସ୍ମୁତି ରେ ଭିଜି
ଆଞ୍ଜୁଳା ଆଞ୍ଜୁଳା ଅଶ୍ରୁ
ନୟନେ ଭରି
ଦିବା ଆଲୋକ ରେ ଭକ୍ତଙ୍କ ଗହଣେ
ମାଆ ଆତ୍ମହରା ନିଜ ଦୁଃଖ ଭୁଲି
ଭରିଥାଏ ଚେନାଏ
ଓଠ ଅଧରେ ହସର‌ଧାର।

✍️ବିଷ୍ଣୁପ୍ରିୟା ଜେନା

new life
You might also like
error: Content is protected !!