News
WhatsApp Image 2023-10-04 at 17.25.00
samparksetu

୧୦୮ ଆମ୍ବୁଲାନ୍ସ ଓ ଟାଟା ଏସି ଗାଡି ମୁହାଁ ମୁହିଁ ଧକ୍କା ,୨ ଚାଳକ ଆହତ

କାମାକ୍ଷାନଗର ମୁଖ୍ୟ ରାସ୍ତାର ମହୁଲି ଛକ ନିକଟରେ ୧୦୮ ଆମ୍ବୁଲାନ୍ସ ସହିତ ଏକ ଟାଟା ଏସି ଗାଡି ମୁହାଁ ମୁହିଁ ଧକ୍କା ହେବା ଫଳରେ ଦୁଇ ଗାଡି ଚାଳକ ଆହତ ହୋଇଛନ୍ତି । ଉଭୟ ଚାଳକଙ୍କୁ ନିକଟସ୍ଥ ଅଁଳାବେରେଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଆମ୍ବୁଲାନ୍ସ ଡ୍ରାଇଭର ଜଣଙ୍କ ନାମ ମଙ୍ଗରାଜ ପ୍ରଧାନ ବୋଲି ଜଣାପଡିଛି ।

ତେବେ ଟାଟା ଏସି ଗାଡି ଚାଳକ ଜଣଙ୍କ ପରିଚୟ ମିଳିପାରି ନାହିଁ । ସୂଚନା ଅନୁଯାୟୀ ୧୦୮ ଆମ୍ବୁଲାନ୍ସଟି କାମାକ୍ଷାନଗର ଆଡୁ ରୋଗୀକୁ ଧରି ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଉଥିବା ବେଳେ ମହୁଲି ଛକ ନିକଟରେ ଢେଙ୍କାନାଳ ଆଡୁ କାମାକ୍ଷାନଗର ଯାଉଥିବା ଏକ ଟାଟା ଏସି ଗାଡି ମୁହାଁ ମୁହିଁ ଧକ୍କା ଦେଇଥିଲା ।

ଦୁର୍ଘଟଣାରେ ଦୁଇ ଗାଡିର ଚାଳକ ଆହତ ହୋଇଥିଲେ ।ମାତ୍ର ଆମ୍ବୁଲାନ୍ସରେ ଥିବା ରୋଗୀ ଓ ତାଙ୍କ ସମ୍ପର୍କୀୟ ବହୁତ ବଡ଼ ବିପଦରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସେମାନଙ୍କୁ ଅନ୍ୟ ଏକ ଆମ୍ବୁଲାନ୍ସ ଗାଡିରେ ଢେଙ୍କାନାଳ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

new life
You might also like
error: Content is protected !!