ଗତ ଶନିବାର ବିଦ୍ୟାଳୟରେ ପଶି ଛାତ୍ରଛାତ୍ରୀ ମାନଙ୍କୁ ମାଡମାରି ମଧ୍ୟାହ୍ନ ଭୋଜନ ଫୋପାଡିବା ସହିତ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲା ମଦ୍ୟପ ଯୁବକ । ଏପରି ଘଟଣା ଘଟିଥିଲା ଭୁବନ ବ୍ଲକ ମଠକରଗୋଳା ପଞ୍ଚାୟତ ଅନ୍ତର୍ଗତ ନୂଆସାହି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ମୋଟ ପଚାଷ ଜଣ ଛାତ୍ରଛାତ୍ରୀ ଥିବାବେଳେ ମାତ୍ର ଦୁଇ ଜଣ ଶିକ୍ଷକଶିକ୍ଷୟତ୍ରୀ ଶିକ୍ଷାଦାନ ଦେଉଛନ୍ତି ।
ତେବେ ଘଟଣାରୁ ଜଣାଯାଏ ଯେ ଗତ ଶନିବାର ସକାଳ ଦଶ ଘଟିକା ସମୟରେ ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟରେ ଭୋଜନ କରୁଥିଲେ । ସେହି ସମୟରେ ଗ୍ରାମର ଜଣେ ମଦ୍ୟପ ଯୁବକ ଦିପକ କୁମାର ସ୍ବାଇଁ ବିଦ୍ୟାଳୟରେ ପଶି ଛାତ୍ରଛାତ୍ରୀମାନଙ୍କର ଖାଦ୍ୟ ଥାଳି ଫୋପାଡିବା ସହିତ ମାଡ ମାରିଥିଲା ।
ମଦ୍ୟପ ଯୁବକ ମାଡରେ ଜଣେ ଛାତ୍ରୀ ବେହୋଶ ମଧ୍ୟ ହୋଇଥିବା ଅଭିଯୋଗ କରିଛନ୍ତି ଅଭିଭାବକ । ଏହାପରେ ବିଦ୍ୟାଳୟର ଦୁଇ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ ମଧ୍ୟ କରିଥ ଥିଲା । ଏହି ଘଟଣାକୁ ନେଇ ବିଦ୍ୟାଳୟର କମିଟ ଓ ଅଭିଭାବକଙ୍କ ସହିତ ପ୍ରଧାନଶିକ୍ଷକ ଆଲୋଚନା କରି କାମାକ୍ଷାନଗର ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା ।
ଅଭିଯୋଗ ଅନୁସାରେ ମଦ୍ୟପ ଯୁବକକୁ ଅଟକ ରଖି ପଚରାଉଚରା କରି ଛାଡିଦିଆଯାଇଥିଲା । ମଦ୍ୟପ ଯୁବକକୁ କାହିଁକି ଛାଡି ଦିଆଗଲା କାହିଁକି ତାକୁ ଗିରଫ କରାଗଲା ନାହିଁ ସେଥିପାଇଁ ଛାତ୍ରଛାତ୍ରୀ ଓ ଅଭିଭାବକ ଗତକାଲି ଧାରଣାରେ ବସିଥିଲେ ।