News
WhatsApp Image 2023-10-04 at 17.25.00
samparksetu

ରାସ୍ତାରେ ଧାନ ତଳି ଲଗାଇ ପ୍ରତିବାଦ କଲେ ଗ୍ରାମବାସି

କାମାକ୍ଷାନଗର-ରାସ୍ତା ପାଲଟିଛି ମରଣଯନ୍ତା।ରାସ୍ତାରେ ଜମି ରହୁଛି ଆଣ୍ଠୁଏ ଉଚାର କାଦୁଅ।ଯାତାୟତରେ ବାଧା ସୃଷ୍ଟି ହେଉଛି।ଦିର୍ଘ ଦିନ ହେବ ଏହି ସମସ୍ୟା ଲାଗି ରହିଥିଲେ ମଧ୍ୟ କଂମ୍ପାନି କର୍ତ୍ତୁପକ୍ଷ ଏଥିପ୍ରତି ଧ୍ୟାନ ଦେଉନାହିଁ।।ଯାହା ଫଳରେ ଆଜି ଗ୍ରାମବାସି ତରଫରୁ ରାସ୍ତାରେ ଧାନ ଗଛ ଲଗାଯାଇ ଏହାର ପ୍ରତିବାଦ କରାଯାଇଛି।ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କାମାକ୍ଷାନଗର ଏନଏସି ଆଳତୁମା ଠାରେ।

ଜାତୀୟ ରାଜପଥ ୫୩ ସଂପ୍ରସାରଣ କାର୍ଯ୍ୟ ଚାଲୁ ରହିଥିବା ବେଳେ କାର୍ଯ୍ୟରେ ବିଳମ୍ବ ହେତୁ ବର୍ଷା ହେବା କାରଣରୁ କାଦୁଅ ଜମି ରହିଥିବା ଯୋଗୁ ଯାତାୟତରେ ବାଧା ସୃଷ୍ଠି ହୋଇଛି।ସୂଚନା ମୂତାବକ ଏହି ରାସ୍ତା କାମକୁ କୁନାଲ କନ୍ସଷ୍ଟ୍ରକସନ ନାମକ ଏକ ଠିକା ସଂସ୍ଥା ରାସ୍ତା ସଂପ୍ରସାରଣ କରୁଅଛି।କାମରେ ବିଳମ୍ବ ଓ ଯାତାୟତ କୈାଣସି ସୁବିଧା ନକରିବା ଯୋଗୁ ଏଭଳି ସମସ୍ୟା ଦେଖାଦେଇଥିବା ଜଣାପଡିଛି।

ତେବେ ଏହାକୁ ନେଇ ସଂପୃକ୍ତ ଠିକାଦାରକୁ ବାରମ୍ବାର ଅଭିଯୋଗ କରିବା ପରେ ଠିକାଦାର ରାସ୍ତା ମରାମତି କରୁନାହିଁ।କେବଳ ଜାତିୟ ରାଜପଥ ନୁହେଁ ଗ୍ରାମକୁ ସଂଯୋଗ କରୁଥିବା ୨ଟି ରାସ୍ତା ମଧ୍ୟ ଶୋଚନୀୟ ହୋଇପଡିଛି।ଗ୍ରାମ ଭିତରକୁ ଗାଡି ଯିବା ସମ୍ଭବ ହୋଇପାରୁ ନାହିଁ।ତେଣୁ ବାଧ୍ୟ ହୋଇ ଗ୍ରାମବାସି ତରଫରୁ ଏଭଳି ଭାବରେ ଆଜି ପ୍ରତିବାଦ କରାଯାଇଥିଲା।ବିଭିନ୍ନ ସମୟରେ ଦୂର୍ଘଟଣା ଘଟିଥିବାର ନଜିର ମଧ୍ୟ ରହିଛି।ତେଣୁ ତୁରନ୍ତ ରାସ୍ତା ମରାମତି କରିବା ପାଇିଁ ଗ୍ରାମବାସିଙ୍କ ତରଫରୁ ଦାବି କରାଯାଇଛି।

new life
You might also like
error: Content is protected !!