News
WhatsApp Image 2023-10-04 at 17.25.00
samparksetu

କପିଳାସ ପ୍ରାଣୀ ଉଦ୍ୟାନରେ ବିଶ୍ୱ ହାତୀ ଦିବସ

କପିଳାସ ପ୍ରାଣୀ ଉଦ୍ୟନ ପରିସର ଆଜି ଦିନଭରି ଥିଲା ସର୍ବଧିକ  ଚଳଚଞ୍ଚଳ। କାରଣ ବିଶ୍ବ ହାତୀ ଦିବସ ପାଳନ  ଲାଗି ଏହି ପରିସରରେ ବିଭିନ୍ନ କାର୍ଯକ୍ରମ ଆୟୋଜିତ ହୋଇଥଲା। ଏହି ପ୍ରାଣୀ ଉଦ୍ୟାନ ପରିସରରେ ଥିବା ହାତୀ ମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ଯବସ୍ଥା କରାଯାଇଥିଲା

ସେମାନଙ୍କୁ ନଡ଼ିଆ ଭାଙ୍ଗି ଖାଇବାକୁ ଦିଆଯିବା ସହ ସେଓ, କଦଳୀ ସ୍ଵତନ୍ତ୍ର ଖାଦ୍ୟ ଭାବରେ ପରସା ଯାଇଥିଲା। ଉକ୍ତ ,ହାତୀଙ୍କୁ ଅତି ନିକଟରେ ସୁସଜ୍ଜିତ ଅବସ୍ଥାରେ ଦେଖିବା ପାଇଁ ଛାତ୍ରଛାତ୍ରୀ ଏବଂ ପର୍ଯ୍ୟଟ କମାନଙ୍କ ଭିଡ଼ ଲାଗିଥିଲା। କେହି କେହି ପର୍ଯ୍ୟଟକ ଗଜରାଜଙ୍କୁ ଦେଖି ନମସ୍ତେ କରୁଥୁବା ମଧ୍ୟ ଲକ୍ଷ୍ୟ କରାଯାଇ ଥିଲା।ଏହି ଅବସରରେ ଆୟେଜିତ ସମାବେଶରେ ` ସହକାରୀ ବନ ସଂରକ୍ଷକ ସୁବ୍ରତ କୁମାର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ହାତୀ ଓ ମଣିଷ ଭିତରେ ଲଢ଼େଇ ବନ୍ଦ ହୋଇ ଏବଂ ସଂପର୍କ କିପରି ନିବିଡ଼ ହୋଇପାରିବ ,ସେନେଇ ଆଲୋକପାତ କରିଥିଲେ। କପିଳାସ ରେଞ୍ଜର ତରୁଣ କୁମର ମହାନ୍ତି ସଭାପତିତ୍ଵ କରିଥିଲେ ।

ଢେଙ୍କାନାଳ ଜିଲ୍ଲାରେ ହାତୀ ମୃତ୍ୟୁକୁ କିପରି ରୋକାଯାଇ ପାରିବ ତାହା ଉପରେ ଅତିଥିମାନେ ନିଜ ନିଜର ମତ ଉପସ୍ଥାପନ। କରିଥିଲେ । କପିଳାସ ରେଞ୍ଜର ତରୁଣ କୁମର ମହାନ୍ତି ସମେତ ବନ କମଚାରୀ, ହାତୀସ୍କ୍ବାର୍ଡ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ | ଜନସାଧାରଣଙ୍କୁ ହାତୀଙ୍କ ସଂରକ୍ଷଣ ଉପରେ ସଚେତନ କରାଯାଇଥିଲା ।

new life
You might also like
error: Content is protected !!