News
WhatsApp Image 2023-10-04 at 17.25.00
samparksetu

ମେସିନ୍ ଚଢାଇ ଧାନବିଲ ଉଜାଡିଲା କମ୍ପାନୀ , କ୍ଷତିପୂରଣ ଦାବିରେ ମେସିନ୍ ଜବତ କଲେ ଚାଷୀ

କେନ୍ଦ୍ର ସରକାର ଘରେଘରେ ରନ୍ଧନ ଗ୍ୟାସ୍ ଯୋଗାଇବା ପାଇଁ ଯାଜପୁର ଜିଲ୍ଲା ସୁକିନ୍ଦା ଅଞ୍ଚଳରୁ ତାଳଚେରକୁ ମାଟି ତଳେ ବଡବଡ ପାଇପ ଖଞ୍ଜା ଚାଲିଚି। ବେସରକାରୀ ଜମି ଦେଇ ପାଇପ ଲାଇନ ଗଲେ ଜମି ପଟ୍ଟାଧାରୀଙ୍କୁ ମିଳୁଛି କ୍ଷତିପୂରଣ ବାବଦକୁ ଅର୍ଥରାଶୀ। ଆଜକୁ ୫ ବର୍ଷ ହେବ ଚାଷୀମାନଙ୍କୁ ଠକି ଆସୁଚି ଗେଲ ଇଣ୍ଡିଆ ନାମକ ଠିକା ସଂସ୍ଥା। କାମ ସରିବା ପରେ କ୍ଷତିପୂରଣ ନଦେଇ ଗେଲ ଇଣ୍ଡିଆ ତାର ପୋକ ଲୀନ ମେସିନକୁ ଧାନ ବିଲରେ ଚଢେଇ ପଳାଉଥିବା ସମୟରେ ଚାଷୀମାନଙ୍କର ହାବୁଡରେ ପଡିଥିଲା।

ତେବେ କ୍ଷତି ସହିଥିବା ଚାଷୀମାନେ ପୋକ ଲୀନ ମେସିନକୁ ଅଟକ ରଖି ଗେଲ ଇଣ୍ଡିଆ ଠିକା ସଂସ୍ଥାକୁ ଖବର ଦେଇଛନ୍ତି। ଏପରି ଘଟଣା ଦେଖିବାକୁ ମିଳିଛି ଭୁବନ ଥାନା ଅନ୍ତର୍ଗତ ସୁରପ୍ରତାପପୁର ମୌଜା ଓ କୃଷ୍ଣପୁର ମୌଜାରେ । ଏହି ଦୁଇ ମୌଜାର ପାଖାପାଖି ୨୦ ଜଣଙ୍କ ଚାଷ ଜମି ଦେଇ ବିଛାଯାଉଛି ପାଇପଲାଇନ । ପ୍ରଥମେ ଚାଷୀମାନେ କ୍ଷତିପୂରଣ ନପାଇବାରୁ ସୁରପ୍ରତାପପୁର ଫାଣ୍ଡିରେ ଅଭିଯୋଗ କରିଥିଲେ । ଫାଣ୍ଡି ବାବୁଙ୍କ ଅଧ୍ୟକ୍ଷତାରେ ଗେଲ୍ ଇଣ୍ଡିଆ ଠିକା ସଂସ୍ଥା ଚାଷୀମାନଙ୍କର କ୍ଷତିପୂରଣ ଦେଲା ପରେ ତାଙ୍କର ସମସ୍ତ ମେସିନ ଓ ସରଞ୍ଜାମ ଉଠାଇ ନେବ ପାଁଇ ସମାଧାନ ହୋଇଥିଲା ।

ପ୍ରବଳ ବର୍ଷାର ଆଢୁଆଳରେ ଗେଲ ଇଣ୍ଡିଆ ତାର ପୋକ ଲୀନ ମେସିନକୁ କ୍ୟାମ୍ପରୁ ଖସାଇ ନେବାରେ ସଫଳ ହୋଇଥିଲା । କିନ୍ତୁ ଗେଲ ଇଣ୍ଡିଆ କରିଥିବା କ୍ୟାମ୍ପରୁ ମେନ ରୋଡକୁ ରାସ୍ତା ନଥିବାରୁ ଚାଷୀମାନଙ୍କର ଚାଷ ଜମିଉପରେ ମେସିନକୁ ଚଢାଇ ନେଇଥିଲା । ଯାହାଫଳରେ କି ଚାଷୀର ଧାନ ବିଲ ନଷ୍ଟ ହେବା ସହିତ ଜମିକୁ ସଂଯୋଗ କରୁଥିବା ମୂଖ୍ୟ ରାସ୍ତା ମଧ୍ୟ ଖରାପ ହୋଇଥିଲା । ଯେପର୍ଯ୍ୟନ୍ତ ଚାଷୀମାନେ କ୍ଷତିପୂରଣ ନପାଇଛନ୍ତି ସେପର୍ଯ୍ୟନ୍ତ ମେସିନ୍ ଛାଡିବେ ନାହିଁ ବୋଲି ଜଣାପଡିଛି ।

new life
You might also like
error: Content is protected !!