News
WhatsApp Image 2023-10-04 at 17.25.00
samparksetu

କାମାକ୍ଷାନଗର ଠାରେ କଂଗ୍ରେସ ତରଫରୁ ତ୍ୟାଗ ଓ ବଳିଦାନର ୭୫ବର୍ଷ ସ୍ୱାଧୀନତାର ଗୌରବ ଯାତ୍ରା ଅନୁଷ୍ଠିତ

କାମାକ୍ଷାନଗର ଠାରେ କାମାକ୍ଷାନଗର ବ୍ଲକ ଓ ଏନଏସି ତରଫରୁ ଆଜି ତ୍ୟାଗ ଓ ବଳିଦାନର ୭୫ବର୍ଷ ସ୍ୱାଧୀନତାର ଗୌରବ ଯାତ୍ରା ଅନୁଷ୍ଠିତ ହୋଇଯାଇଛି ।ଜିଲା କିଷାନ କଂଗ୍ରେସ ସଭାପତି ବିପ୍ରବର ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କାମାକ୍ଷାନଗର ବ୍ଲକ ଓ ଏନଏସି ରୁ ନେତା କର୍ମୀମାନେ ଉପସ୍ଥିତ ରହି ହାତରେ ତ୍ରିରଙ୍ଗା ପତାକା ଧରି ମହୁଲପାଳ ଠାରୁ କାମାକ୍ଷାନଗର ଏନଏସି ଯାଏ ପଦଯାତ୍ରା କରିଥିଲେ ।

ସର୍ବ ଭାରତୀୟ କଂଗ୍ରେସ ଓ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଜିଲା କମିଟିର ନିଷ୍ପତି ଅନୁଯାୟୀ ଅଗଷ୍ଟ ୯ ତାରିଖରୁ କ୍ରାନ୍ତି ଦିବସ ଆରମ୍ଭ ହୋଇଥିଲା ।ମହାତ୍ମା ଗାନ୍ଧୀଙ୍କ କର ବା ମର ନୀତି ଏବଂ ଭାରତ ଛାଡ଼ ଆନ୍ଦୋଳନ ଗାରିମା ମୟ ଆନ୍ଦୋଳନ ଥିବାରୁ ଆଜି ଦେଶରେ ରାଜ୍ୟରେ ଶାସକ ଗୋଷ୍ଠୀ ବିଦେଶୀ କମ୍ପାନୀ ଦ୍ୱାରା ପରିଚାଳିତ ହୋଇ ସାମ୍ପ୍ରଦାୟିକ ଦଳ ଭାବରେ ଉଭା ହୋଇଛନ୍ତି ।ଅହେତୁକ ଦର ଦାମ ବୃଦ୍ଧି ଡିଜେଲ ,ପେଟ୍ରୋଲ ,ରନ୍ଧନ ଗ୍ୟାସ,ଖାଇବା ତେଲ ,ଡାଲି ,ଆଳୁ ,ଚୁଡା ,ଚିନି ,ଗୁଡ଼ , ମହୁ ,ମୁଢି ଭଳି ପ୍ରତ୍ୟକ ଜିନିଷ ଉପରେ ଟ୍ୟାକ୍ସ ଆଦାୟ କରି ସାଧାରଣ ଲୋକଙ୍କୁ ସର୍ବଶାନ୍ତ କରି ସାରିଲେଣି ।

ଆଉ କିଛିଦିନ ଗଲେ ଶ୍ରୀଲଙ୍କା ପରିସ୍ଥିତି ହେବ ବୋଲି କହିଥିଲେ ।ଲୋକଙ୍କ ଘରେ ଚୁଲି ଜଳୁନ।ହିଁ,ସାର କଳା ବଜାରୀ ଭଳି ଅନେକ ଅସୁବିଧା ହେଉଛି ଲୋକଙ୍କର ।ଆଜି ଏହି ଜନ ଜାଗରଣ ପଦଯାତ୍ରାରେ ଜିଲା ପର୍ଯ୍ୟବେକ୍ଷକ ସୁବାସ ଚନ୍ଦ୍ର ପାଲ ଯୋଗଦେଇ ଲୋକଙ୍କୁ ଉତ୍ସାହିତ କରିଥିଲେ ।ଏଠାରେ ବ୍ଲକ ସଭାପତି ଶରତ ପଟନାୟକ, କାମାକ୍ଷାନଗର ଏନଏସି ସଭାପତି ସନ୍ତୋଷ ମହାରଣାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହି ମହୁଲପାଳ ,ପୁରୁଣାରେକୁଳା, ନୂଆଁ ରେକୁଳା ,କାମାକ୍ଷାନଗର ବଜାର ପରିକ୍ରମା କରିଥିଲେ ।

new life
You might also like
error: Content is protected !!