News
WhatsApp Image 2023-10-04 at 17.25.00
samparksetu

ପରଜଙ୍ଗରେ ଖୁଦୁରୁକୁଣୀ ଓଷା ଆରମ୍ଭ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଗ୍ରାମରେ ପ୍ରତି ସାହିରେ ଖୁଦୁରୁକୁଣୀ ଓଷା ଆରମ୍ଭ ହୋଇଛି । ବହୁ ପ୍ରାଚୀନ କାଳରୁ ଆମ ରାଜ୍ୟରେ ଯେପରି ବାର ମାସରେ ତେର ପର୍ବ ପାଳନ ହୋଇ ଆସୁଛି,ଏହି ପର୍ବ ମଧ୍ୟରେ ଖୁଦୁରୁକୁଣୀ ଓଷା ଅନ୍ୟତମ ପର୍ବ ଅଟେ ।ଭାଦ୍ରବ ମାସର ପ୍ରଥମ ରବିବାର ଠାରୁ ଆରମ୍ଭ ହୋଇ ଚାରି ଗୋଟି ରବିବାର ଏହି ଓଷା ପାଳନ କରୁଥିବା ଝିଅ ବୋହୂ ମାନେ ପାଳିଥାନ୍ତି ,କିନ୍ତୁ ଏହି ଓଷା ପରଜଙ୍ଗ ଗ୍ରାମରେ ଧୁମଧାମରେ ପାଳନ କରିଥାନ୍ତି ।

ଗତ ଦୁଇ ବର୍ଷ କରୋନା ପ୍ରଭାବରେ ଏହା ବନ୍ଦ ରହିଥିବା ବେଳେ ପୂର୍ବ ପରମ୍ପରା ଅନୁଯାୟୀ ଚଳିତ ବର୍ଷ ଏହି ପୂଜା ମହାଆଡମ୍ବର ସହକାରେ ହେବାକୁ ଯାଉଛି ।ଗ୍ରାମର ପ୍ରତି ସାହିର ଝିଅ ବୋହୂ ମାନେ ପ୍ରଥମ ଓଷା ଠାରୁ ଶେଷ ଓଷା ପର୍ଯ୍ୟନ୍ତ ପ୍ରତି ରବିବାର ନିକଟସ୍ଥ ପୋଖରୀ କିମ୍ବା ନାଳକୁ ଏକତ୍ରିତ ଯାଇ ସେଠାରେ ବିଧିବଦ୍ଧ ଭାବେ ପୂଜାର୍ଚ୍ଚନା କରି ନିଜ ନିଜର ଓଷା କୋଠିକୁ ଆସି ମା ମଙ୍ଗଳାଙ୍କ ପାଖରେ ପୂଜାର୍ଚ୍ଚନା କରି ନିଜ ନିଜ ଘରକୁ ଯାଇଥାନ୍ତି ।

ଗ୍ରାମର ପ୍ରତି ସାହି ପୂଜା ମଧ୍ୟରୁ ଗଡଭିତର ସାହି ପୂଜା ସ୍ଵତନ୍ତ୍ର ହୋଇଥାଏ ,ସାହିର ଓଷା ପାଳୁଥିବା ଓ ଉଷା ପାଳୁ ନଥିବା ପ୍ରତ୍ୟେକ ଘରର ପୁରୁଷ ,ମହିଳା ମାନଙ୍କ ସହଯୋଗରେ ଓଷାର ଶେଷ ରବିବାର ଦିନ ତପୋଇ ବିବାହ ଉତ୍ସବ ଦେଖିବାକୁ ମିଳିଥାଏ,ତେଣୁ ଏହି ବିବାହ ଉତ୍ସବ ପାଳନ ଲାଗି ବାଜା ବାଣ ସାଉଣ୍ଡ ବଜାଇ ମହାଆଡମ୍ବରରେ ପାଳନ ହୋଇଥାଏ , ଏହି ପର୍ବ ପୁନର୍ବାର ଚଳିତ ବର୍ଷ ଦେଖିବାକୁ ମିଳିବ ,ଏହା ପରେ ଅନ୍ତିମ ଓଷାର ଗୋଟିଏ ଦିନ ପରେ ସବୁ ସାହିର ମେଢ଼ ଏକତ୍ରିତ ହୋଇ ଭସାଣି ଉତ୍ସବ ଅଭିମୁଖେ ବାହାରିଥାନ୍ତି ।

new life
You might also like
error: Content is protected !!