News
WhatsApp Image 2023-10-04 at 17.25.00
samparksetu

ଦର୍ଜନୀ ମାଇନର କେନାଲରେ ୧୦ ଫୁଟ ଘାଇ,ପାଣ୍ଡରା ନାଳ ଖାଉଚି କୂଳ

ଭୁବନ ବ୍ଲକ ଦେଇ ପ୍ରବାହିତ ରେଙ୍ଗାଳି ବାମ କେନାଲର କୁନିନ୍ଦା ଦର୍ଜନୀ ମାଇନର କେନାଲରେ ବର୍ଷା ପାଣି ଯାଇ ୧୦ ଫୁଟର ଘାଇ ହୋଇଛି । ଏହି କେନାଲ ଟି ନିର୍ମାଣ ସମୟରେ ସ୍ଥାନୀୟ ଚାଷୀ ବାରମ୍ବାର ଅଭିଯୋଗ କରିଥିଲେ ବି ଜଳସଂପଦ ବିଭାଗ ପକ୍ଷରୁ କୈଣସି ପଦକ୍ଷେପ ନିଆ ଯାଇନଥିଲା ।

ଫଳରେ ପ୍ରଥମ ପାଣି ଛାଡିବା ପରେ କେନାଲର ପାଣି ଉପର ମୁଣ୍ଡକୁ ନଯାଇ ଦର୍ଜନୀ ସ୍କୁଲ ପାଖରେ ଏକ ଘାଇ ସୃଷ୍ଟି କରିଛି । ରେଙ୍ଗାଳି ବାମ କେନାଲର ଅନଳ ଠାରୁ ବାହାରିଥିବା ଶାଖା କେନାଲର ଏକ ମାଇନର କେନାଲ ଦର୍ଜନୀ ଗାଁ ସ୍କୁଲ ପାଛ ପାଖ ରାସ୍ତା ଦେଇ ଯାଇଥିବା କେନାଲର ପାଣିଟାଙ୍କି ନକଟରେ ୧୫ ଫୁଟର ଘାଇ ହୋଇଛି । ଘାଇ ହେବା ପୂର୍ବରୁ ଗ୍ରାମବାସୀ ମାନେ ବାରମ୍ବାର ପାଣି ପଚାଂୟତର କର୍ମକର୍ତା ଓ ରେଙ୍ଗାଳି ବାମ କେନାଲର ବିଭାଗୀୟ ଯନ୍ତ୍ରୀ ସହକାରୀ ଯନ୍ତ୍ରୀ , ନିର୍ବାହୀ ଯନ୍ତ୍ରୀଙ୍କୁ ଜଣାଇଥିଲେ ବି କୈଣସି ସୁଫଳ ମିଳିଲା ନାହିଁ ।

ଏନେଇ ଦର୍ଜନୀର ବୁଦ୍ଧିମନ୍ତ କବି କୁହନ୍ତି ସକାଳୁ ଦେଖିଲୁ ତଳି ପକାଇବାକୁ ଯାଇଥିଲୁ ବିଲରୁ ଫେରିଲା ବେଳେ ଦେଖିଲୁ କେନାଲ ଭାଙ୍ଗି ଯାଇଛି । ତୁରନ୍ତ ବିଭାଗୀୟ ଅଧିକାରୀଙ୍କୁ ଜଣାଇଛୁ ହେଲେ ସନ୍ଧ୍ୟା ସୁଦ୍ଧା କେହିବି ପହଁଚିନାହନ୍ତି । ଚାଷୀ ଦଣ୍ଡଧର ପରିଡା କୁହନ୍ତି ଧାନ ବିଲ ରୋଇବା ପରେ ଘରକୁ ଯାଇଥିଲୁ । ଖବର ପାଇଲୁ କେନାଲ ଭାଙ୍ଗିଛି । ଆସି ଦେଖିଲା ବେଳକୁ କେନାଲ ଭାଙ୍ଗି ଯାଇଛି । ବିଲରେ ପାଣି ମାଡ଼ିଯାଇଛି । ହଜୁର ନାୟକ କୁହନ୍ତି ମୋ ପରିବାର ର ପାଚଂ ଏକର ଜମିରେ ପାଣି ମାଡ଼ିଯାଇଛି ।

ଚଳିତ ବର୍ଷ କେନାଲ ନିର୍ମାଣ ହୋଇଛି । ପ୍ରଥମ ଥର ନିମନ୍ତେ ପରୀକ୍ଷା ମୂଳକ ଭାବେ ପାଣି ଛଡାଯାଇଛି । ତେଣୁ ଯେଉଁଠି ଅସୁବିଧା ଥିବା ସେଠାରେ ସୁଧାର କରାଯିବ ,ଲୋକଙ୍କ ଠାରୁ ଖବର ପାଇଛୁ ତୁରନ୍ତ ମରାମତି କରିବୁ ବୋଲି ନିର୍ବାହୀ ଯନ୍ତ୍ରୀ କହିଛନ୍ତି ।

ଅନ୍ୟପଟେ ଲଗାଣ ବର୍ଷା ଫଳରେ ପାଣ୍ଡରା ନାଳ କୂଳ ଖାଉଚି । ଯାଜପୁର ଜିଲ୍ଲାର କୁହିକା ପଚାଂୟତର ବାମ୍ବିଲୋ ଓ ଢେଙ୍କାନାଳ ଜିଲ୍ଲାର କେନ୍ଦୁପଡା ଦେଇ ପ୍ରବାହିତ ପାଣ୍ଡରା ନାଳ କୂଳ ଖାଉଥିବାର ଜଣାପଡିଛି । ଏହି ପାଣ୍ଡରା ନାଳଟି ଭୁବନ ବ୍ଲକର ଚାଷୀ ମାନଙ୍କ ନିମନ୍ତେ ଦୁଃଖ ଆଣିଦେଇଥାଏ । ଏହି ନାଳଟି ବିଗତ ଦିନରେ ଜାତୀୟ ରାଜପଥ ୫୩କୁ ବାଉଁଶକଣ ଠାରେ ଛୁଇଁ ଥାଏ । କିନ୍ତୁ ରାଜପଥ ୫୩ ରେ ନିର୍ମାଣ ହୋଇଥିବା ସେତୁର ଉଚତା ବହୁ ଉଚା ହୋଇଥିବାରୁ ସେତୁଟି ସୁରକ୍ଷିତ ରହିଛି । ବାଲିବୋ ପଚାଂୟତର ଦଧିସିଂଙ୍ଗା ଠାରେ ବିଜୁ ସେତୁ ନିର୍ମାଣ ହୋଇଥିବାରୁ ଆଉ ଦଧିସିଙ୍ଗା ଗ୍ରାମବାସୀ ସୁରୁଖୁରରେ ଚଳିତ ବର୍ଷ ଯାତାୟତ କରିପାରୁଛନ୍ତି । ଚନ୍ଦାର ନିକଟରେ ମଧ୍ୟ ପାଣ୍ଡରା ସେତୁ ଗ୍ରାମବାସୀଙ୍କର କ୍ଷତି ପହଁଚାଇପାରି ନାହିଁ ।

କୁନିନ୍ଦା ପଚାଂୟତର ଦେଇ ଯାଇଥିବା ଶାମଳ ଅନଳ ପୁର୍ତ୍ତବିଭାଗ ରାସ୍ତାର କୁନିନ୍ଦା କେନ୍ଦୁପଡା ମଧ୍ୟରେ ରାସ୍ତା ଉପରେ ପାଣି ଚାଲୁଛି । ଏହି ରାସ୍ତା ସନିକଟରେ ଥିବା କୁନିନ୍ଦା ମାଇନର କେନାଲ ଉପରେ ଜଳ ପ୍ରବାହିତ ହେବାରୁ କେନାଲ ଟି ଭବିଷ୍ୟତରେ ଭାଙ୍ଗି ଯିବାର ଆଶଙ୍କା ଦେଖାଦେଇଛି ।

new life
You might also like
error: Content is protected !!