ରାଜ୍ୟ ସରକାର ପ୍ରତି ମାସରେ ବୃଦ୍ଧ, ବୃଦ୍ଧା, ବିଧବା,ଭିନ୍ନକ୍ଷମ ମାନଙ୍କ ପାଇଁ ପଞ୍ଚାୟତ କାର୍ଯ୍ୟାଳୟ ରେ ୫୦୦ ରୁ ୭୦୦ ଟଙ୍କା ଭତା ଦେଉଛନ୍ତି ।ଏମିତି କି ୮୦ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତି ୭୦୦ ଟଙ୍କା ଭତା ପାଇବାର ଥିଲା ବେଳେ ଦଶୀପୁର ପଞ୍ଚାୟତ ରେ ୮୨ ବର୍ଷ ବ୍ୟକ୍ତି ପାଉଛନ୍ତି ୫୦୦ ଟଙ୍କା ଭତା ।ପରଜଙ୍ଗ ବ୍ଲକ ରୁ ୧୦ ଦିନ ପୂର୍ବରୁ ବଦଳି ହେଇଥିବା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ରାଲିଆ ହାଁସଦାଙ୍କୁ କଙ୍କଡାହାଡ଼ ବ୍ଲକ ର ଦୁଇଟି ପଂଚାୟତ ଘାଗରାମୁଣ୍ଡା ଓ ଦଶୀପୁର ର ଦାଇତ୍ୱ ଦିଆଯାଇଥିଲା ବେଳେ ହିତାଧିକାରୀ ମାନଙ୍କୁ ଭତା ଦେବା ବେଳେ ଦାଇତ୍ୱହୀନ ମନ୍ତବ୍ୟ ଦେବା ଯୋଗୁଁ ବିବାଦରେ ଛନ୍ଦି ହେଇଛନ୍ତି।
ଦଶୀପୁର ପଞ୍ଚାୟତ କାର୍ଯ୍ୟାଳୟ ଠାରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ରାଲିଆ ହାଁସଦା ଭତା ଦେଉଥିଲା ବେଳେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହେଇଥିଲା ।ବୃଦ୍ଧା ବିଧବା ମହିଳା ମଞ୍ଜରୀ ଦେହୁରୀ ଓ ତାଙ୍କ ଅବିବାହିତ ଝିଅ ସରସ୍ୱତୀ ଦେହୁରୀ ଭତା ଟଙ୍କା ପାଇବା ପାଇଁ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ପାଖକୁ ଆସିଥିଲେ ।ଭତା ଟଙ୍କା ମାଗିବାରୁ ପିଇଓ କହିଥିଲେ ତୁମ ଦୁଇ ଜଣଙ୍କ ନାମ ରେ ଭତା ଟଙ୍କା ଆସିନାହିଁ ଏହା ଶୁଣି ଦୁଇ ହିତାଧିକାରୀ କହିଲେ ଆମେ ମା’ ଝିଅ ଦୁଇ ଜଣ ପ୍ରତି ମାସରେ ପଞ୍ଚାୟତ କୁ ଆସି ଭତା ନେଉଥିଲା ବେଳେ ଏମାସରେ ଆମ ଦୁଇ ଜଣଙ୍କ ଭତା ଟଙ୍କା ଆସି ନାହିଁ କହୁଛନ୍ତି କେମିତି ବୋଲି ପଚାରିବାରୁ ଏତିକି କଥାରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ହଠାତ ରାଗିଯାଇ କହିଲେ ,ତୁମ ମା’ ଝିଅ ପାଉଥିବା ଭତା କୁ ସମ୍ପୂର୍ଣ୍ଣ ବନ୍ଦ କରିଦେବି ତମେ ମାନେ ଆଉ ଭତା ପାଇବ ନାହିଁ ବୋଲି ଅଭିଯୋଗ ଆଣିଛନ୍ତି ଭତା ପାଉଥିବା ଭତାରୁ ବଞ୍ଚିତ ହିତାଧିକାରୀ ମା ମଞ୍ଜରୀ ଓ ଝିଅ ସରସ୍ୱତୀ ।
ସୂଚନା ଅନୁସାରେ ଦଶୀପୁର ଗାଁର ବିଧବା ମଞ୍ଜରୀ ଓ ତାଙ୍କ ଝିଅ ସରସ୍ୱତୀ ପର ପାଖରେ ମୁଲ ଲାଗିଲେ ପେଟ ପୋଷନ୍ତି ।ଯେଉଁଦିନ ଅନ୍ୟ ପାଖରେ କାମ ନମିଳେ ସେହି ଦିନ ଉପାଷ ରହୁଥିଲା ବେଳେ ମାସକୁ ମିଳୁ ଥିବା ଭତା କୁ ଚାହିଁ ଥାନ୍ତି କେବେ ଭତା ମିଳିବ ସେହି ଭତା ଟଙ୍କାରେ ନିଜର ଗୁଜୁରାଣ ମେଣ୍ଟାଇଥାନ୍ତି ।ଏ ସମ୍ପର୍କରେ ପଞ୍ଚାୟତ କାର୍ୟ୍ଯ ନିର୍ବାହୀ ଅଧିକାରୀ ରାଲିଆ ହାଁସଦା ଙ୍କ ସହିତ ଯୋଗାଯୋଗ କରିବାରୁ ସେ ଅଭିଯୋଗ କୁ ଖଣ୍ଡନ କରିଛନ୍ତି ।
ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଦାଇତ୍ୱରେ ଥିବା ସମାଜ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ସୁରେଶ ଚନ୍ଦ୍ର ପଣ୍ଡାଙ୍କ ସହିତ ମତାମତ ନେବାରୁ ସେ ପ୍ରଥମେ କହିଥିଲେ ଏମିତି ଘଟଣା ଘଟିନଥିବ ,ପଞ୍ଚାୟତ ନିର୍ବାହୀ ଅଧିକାରୀ ଙ୍କୁ ଏବିଷୟରେ ପଚାରି ବୁଝାଯିବ ।