ଉଆଁସୀ ବାସରେ
ଜନ୍ମ ସିନା ମୁହିଁ
ମନେ ନାହିଁ ମୋର ଖେଦ
ତଥାପି ସମାଜ
ଆଖି ଲେଉଟାଏ
ଦେଇ ଦୁଃଖ ଅପବାଦ l
ନାକ କିଏ ଟେକେ
ଘୃଣା ର ଚକ୍ଷୁରେ
ଅଭିଶପ୍ତ ଆଖ୍ୟା ଦେଇ
ଅଧିକାର ନାହିଁ
ସମାଜେ ବଞ୍ଚିବା
ଦୂର ଦୂର ମାର କହି l
କିଏ କୁହେ ପିତା
ମାତା ଙ୍କୁ ଖାଇବ
ସ୍ୱାମୀ ର ଜାଣ ବଇରୀ
ମଥାର ସିନ୍ଦୁର
ନାହିଁ ଭାଗ୍ୟେ ତାର
ପାଦ ଦେଲେ ଯିବ ସରି l
ଜନ୍ମ ନେବା ତାର
ସତେ ଅପରାଧ
ଲାଞ୍ଚ୍ଛନା ସମାଜ ଦିଏ
ଉଆଁସୀ ନକ୍ଷତ୍ର
ପାପ ବୋଝ ଯାହା
କୁଆଁରୀ ଲଳନା ସହେ l
ସ୍ୱାଧୀନ ମଣିଷ
ଚିନ୍ତା ତା ସ୍ୱାଧୀନ
ଅସୀମ ତା ମହାନତା
ତଥାପି ଏମିତି
ହୀନ ମନୋବୃତ୍ତି
ଅଟେ କି ତାର ଯୋଗ୍ୟତା l
ଜନ୍ମ ମର୍ତ୍ୟୁ ଭାଗ୍ୟ
ବିଧାତା ଇଛାରେ
ଆମେ ତ ନିମିତ୍ତ ମାତ୍ର
ତାଙ୍କ ବରଦାନ
ଅମୃତ ସମାନ
ବିଦ୍ୟମାନ ଯେ ସର୍ବତ୍ର l
✍️ସ୍ମୃତି ସରିତା