News
WhatsApp Image 2023-10-04 at 17.25.00
samparksetu

ଆଇଜିଆଇଟି ପାଇଲା ଜାତୀୟ ଅଧିସ୍ବୀକୃତି ମଣ୍ଡଳୀ ମାନ୍ୟତା

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ସରାଙ୍ଗ ସ୍ଥିତ ଇନ୍ଦିରା ଗାନ୍ଧୀ ବୈଷୟିକ ପ୍ରତିଷ୍ଠାନ ପାଇଲା ପାଞ୍ଚଟି ବିଭାଗ ପାଇଁ ଆର୍ଥିକ ବର୍ଷ ୨୦୨୨-୨୩ ଓ ୨୦୨-୨୪ ନିମନ୍ତେ ଜାତୀୟ ଅଧିସ୍ବୀକୃତି ମଣ୍ଡଳୀ(ଏନବିଏ) ମାନ୍ୟତା । ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରତିଷ୍ଠାନ ର ନିର୍ଦ୍ଦେଶକ ପ୍ରଫେସର ଡ଼ଃ ସତ୍ୟବ୍ରତ ମହନ୍ତ ସୂଚନା ଦେଇଛନ୍ତି । ଇନ୍ଦିରା ଗାନ୍ଧୀ ବୈଷୟିକ ପ୍ରତିଷ୍ଠାନଟି ୧୭୬ ଏକର ପରିମିତ ଜମି ଉପରେ ଅବସ୍ଥିତ ।

ଉପାଧିପତ୍ର, ସ୍ନାତକୋତ୍ତର ଟେକ୍ନୋଲୋଜି, ମ୍ୟାନେଜମେଣ୍ଟ ନିମନ୍ତେ ୧୧ଟି ବିଭାଗର ଭାରତର କୋଣ ଅନୁକୋଣରୁ ପାଖାପାଖି ୪୫୦୦ ଛାତ୍ରଛାତ୍ରୀ ଠାରୁ ଉର୍ଦ୍ଧ୍ବ ଉକ୍ତ ପ୍ରତିଷ୍ଠାନ ରେ ଶିକ୍ଷା ଲାଭ କରୁଛନ୍ତି । ପାଞ୍ଚଟି ବିଭାଗ ଯାହାକି ସିଭିଲ, ଇଲେକ୍ଟ୍ରିକାଲ , ମେକାନିକାଲ -୧୨୦ଟି, ମେଟୋଲୋଜି, କେମିକାଲ-୬୦ଟି ସଂଖ୍ୟକ ଆସନ ପାଇଁ ଜାତୀୟ ଅଧିସ୍ଵୀକୃତି ମଣ୍ଡଳୀ ଅନୁମୋଦନ ନିମନ୍ତେ ତିନିଦିନିଆ ଗ୍ରସ୍ତରେ ଏକ ୧୩ ଜଣିଆ କେନ୍ଦ୍ରୀୟ ପ୍ରତିନିଧି ଦଳ ଗତ ୨୦/୦୩/୨୦୨୨ ରିଖରେ ଆସି ପ୍ରତିଷ୍ଠାନର ଭିତ୍ତିଭୂମି , ଆନୁସଂଗିକ ଭିତ୍ତିଭୂମି, ଅଧ୍ୟାପନା ର ଗୁଣବତ୍ତା, ନିଯୁକ୍ତି ଉପରେ ଅନୁଧ୍ୟାନ କରି ଫେରିଥିଲେ । ଗତ ୮/୦୮/୨୦୨୨ ରିଖରେ ଜାତୀୟ ଅଧିସ୍ଵୀକୃତି ମଣ୍ଡଳୀ(ଏନବିଏ) ମାନ୍ୟତା ଅନୁମତି ମିଳିଛି। ପ୍ରତିଷ୍ଠାନ କୁ କେନ୍ଦ୍ରୀୟ ଅନୁଦାନ ସହଯୋଗ ମିଳିବ, ଉନ୍ନତିକରଣ ନିମନ୍ତେ ସହାୟକ ହେବ। ବଡ ବଡ କମ୍ପାନୀ ଆସି କ୍ୟାମ୍ପସ ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ମିଳିବ।

ପ୍ରତିଷ୍ଠାନର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ସମସ୍ତ ସହ କର୍ମୀଙ୍କ ନିଷ୍ଠାର ପରିଶ୍ରମ ପାଇଁ ଆଜି ଏହି ଗୈାରବ ହାସଲ କରିବା ସହିତ ଏନବିଏ ମାନ୍ୟତା ମିଳିଛି ଏବଂ ବାର୍ଷିକ ୩୫୦ ଛାତ୍ରଛାତ୍ରୀ ଙ୍କୁ କ୍ୟାମ୍ପସ ମାଧ୍ୟମରେ ନିଯୁକ୍ତି ସୁଯୋଗ ମିଳୁଥିବା ବେଳେ ଆଗାମୀ ଦିନରେ ଆହୁରି ବଡ ବଡ କମ୍ପାନୀରେ ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ମିଳିବ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ନିର୍ଦ୍ଦେଶକ ପ୍ରଫେସର ଡ଼ଃ ମହନ୍ତ । ଏନେଇ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଥିବାବେଳେ ଯଥାଶୀଘ୍ର ଇନ୍ଦିରା ଗାନ୍ଧୀ ବୈଷୟିକ ପ୍ରତିଷ୍ଠାନ କୁ ବିଶ୍ୱବିଦ୍ୟାଳୟ କରାଯାଉ ଏଥିପ୍ରତି ମୁଖ୍ୟମନ୍ତ୍ରୀ ଙ୍କ ଦୃଷ୍ଟି ପଡୁ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି ।

new life
You might also like
error: Content is protected !!