ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ସରାଙ୍ଗ ଜଟିଆ ଛକ ଠାରୁ ବ୍ରାହ୍ମଣୀ ପୋଲ ପର୍ଯ୍ୟନ୍ତ ମରଣଯନ୍ତା ରାସ୍ତା ମରାମତି ଦାବିରେ ଜଟିଆ ଯୁବ ସଂଗଠନ ରାଜରାସ୍ତାକୁ ଓହ୍ଲାଇବା ପାଇଁ ଚେତାବନୀ ଦେଇଥିଲେ ।ଯାହାକି ଏ ସମ୍ବନ୍ଧେ ଉପଜିଲ୍ଲାପାଳ କାମାକ୍ଷାନଗର ,ଥାନା ତହସିଲ ଓ ରାଜପଥ ଅଧିକାରୀଙ୍କ ଅବଗତ କରାଇଥିଲେ ।
ଅତି ଦୟନୀୟ ରାସ୍ତାରେ ଲୋକଙ୍କ ଗମନାଗମନ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । ବଡ ବଡ ଖାଲ ସାଙ୍ଗକୁ ପୋଲର ଅବସ୍ଥା ଆହୁରି ଜଟିଳ ,ପୋଲ ସାରା ଖାଲଖାମା ସାଙ୍ଗକୁ ପୋଲର ଉଭୟ ପାର୍ଶ୍ଵରେ ଧୂଳି ଜମା ହୋଇ ପାହାଡ଼ ସଦୃଶ ଦେଖିବାକୁ ମିଳିଛି ।ବର୍ତ୍ତମାନ କୁନାଲ ନାମକ କମ୍ପାନୀ ଦ୍ଵାରା ନୂତନ ପୋଲ ନିର୍ମାଣ ସହ ରାଜପଥକୁ ୪ ଲେନ ବିଶିଷ୍ଟ ଯୁଦ୍ଧ କାଳୀନ ଭିତ୍ତିରେ କାର୍ଯ୍ୟ ଜାରି ରଖିଛି ।
ହେଲେ ରାଜପଥ ନିର୍ମାଣରେ ନିୟୋଜିତ କମ୍ପାନୀ ଲୋକଙ୍କ ଗମନାଗମନ ପ୍ରତି ଦୃଷ୍ଟି ନଦେଇ ନିଜ କାର୍ଯ୍ୟରେ ବ୍ୟସ୍ତ , ତେଣୁ ଏହି ସମସ୍ୟା ଉପରେ ଲୋକଙ୍କ ଯାତାୟତ ସୁବିଧା ପାଇଁ ଜଟିଆ ଯୁବ ସଂଗଠନ ଆଜି ରାଜରାସ୍ତାକୁ ଓହ୍ଲାଇଥିଲା ।ଯାହାକି ସକାଳ ସାଢେ଼ ନଟାରୁ ପ୍ରାୟ ସାଢେ ଏଗାରଟା ପର୍ଯ୍ୟନ୍ତ ଦୁଇ ଘଣ୍ଟା ଧରି ଗ୍ରାମର ୫୦ରୁ ଉର୍ଦ୍ଧ୍ବ ଯୁବକ ଜଟିଆ ଛକ ଉପରେ ଶାନ୍ତି ପୂର୍ଣ୍ଣ ରାଜପଥକୁ ଅବରୋଧ କରିଥିଲେ ।
ଖବର ପାଇ ଆନ୍ଦୋଳନକାରୀଙ୍କ ପାଖରେ ସ ପରଜଙ୍ଗ ଥାନା ଆଇଆଇସି ପ୍ରଶାନ୍ତ ପାତ୍ର,ସରାଙ୍ଗ ଫାଣ୍ଡି ଅଧିକାରୀ ପ୍ରଶାନ୍ତ ସାହୁ ଓ ଠିକା ସଂସ୍ଥା ଅଧିକାରୀ ଅଜୟ କୁମାର ରଏ ପହଞ୍ଚି ବୁଝାସୁଝା କରିଥିଲେ ।ଏତଦ୍ ବ୍ୟତୀତ ଠିକା ସଂସ୍ଥା ଅଧିକାରୀ କାର୍ଯ୍ୟଉପରେ ଲିଖିତ ସର୍ତ୍ତାବଳୀ ଦେଇଛନ୍ତି ।ସର୍ତ୍ତାବଳୀ ମଧ୍ୟରେ , ୧୯ତାରିଖରେ ପୋଲର ଉଭୟ ପାର୍ଶ୍ଵରେ ଧୂଳି ଜମା ହୋଇ ପାହାଡ଼ ସୃଷ୍ଟିକୁ ସଫା କରିବା,ଏତଦ୍ ବ୍ୟତୀତ ଏହି ଦିନ ସନ୍ଧ୍ୟା ସମୟରେ ଜଟିଆ ଛକ ଠାରୁ ପୋଲ ପର୍ଯ୍ୟନ୍ତ ଜିଏସପି ପକାଇ ମରାମତି କରିବା ତତ୍ ସହିତ ନବୋଦୟ ବିଦ୍ୟାଳୟ ପାଖରେ ରହିଥିବା ଡ୍ରେନ ପୋତିବା ,୨୨- ୦୮ ରେ ପୋଲ ଉପରେ ସୃଷ୍ଟି କରିଥିବା ଖାଲଖମା ଓ ସମ୍ପୂର୍ଣ୍ଣ ପିଚୁ ପକାଇ କାର୍ଯ୍ୟ ଆରମ୍ଭ କରିବା ସର୍ବସମ୍ମୁଖରେ ପ୍ରତିଶ୍ରୁତି ପାଇବା ପରେ ଯଦି ଉପର ବର୍ଣ୍ଣିତ ସର୍ତ୍ତାବଳୀ ଗୁଡ଼ିକ ସମୟ ଧାର୍ଯ୍ୟରେ କାର୍ଯ୍ୟ ନହୁଏ ତେବେ ଆଗାମୀ ଦିନରେ କୌଣସି ସମସ୍ୟା ଉପୁଜିବ ସେଥି ପାଇଁ କୁନାଲ ଠିକା ସଂସ୍ଥା ଦାୟୀ ରହିବେ ବୋଲି ଲିଖିତ ପ୍ରତିଶ୍ରୁତି ଦେଇଛନ୍ତି ।
ଏହି ସବୁ କମ୍ପାନୀ ଅଧିକାରୀଙ୍କ ଠାରୁ ସର୍ତ୍ତ ପାଇବା ପରେ ରାସ୍ତାରୁ ଓହରିଥିଲେ।ଉଭୟ ପାର୍ଶ୍ଵରେ ଶହ ଶହ ସଂଖ୍ୟାରେ ଯାନବାହାନ ଯାତାୟତ ସମ୍ପୂର୍ଣ୍ଣ ଠପ୍ ହୋଇପଡ଼ିଥିଲା ।