News
WhatsApp Image 2023-10-04 at 17.25.00
samparksetu

ସରକାରୀ ଯୋଜନାରୁ ବଞ୍ଚିତ ଝରାପାଳ ଗାଁ ; ଗମନାଗମନ, ପାନୀୟ ଜଳ ସାତସପନ

ଦେଶ ସ୍ୱାଧୀନତା ର ୭୫ ବର୍ଷ ବିତିଯାଇଥଲେ ମଧ୍ୟ ଆଜି ବି ଦୁର୍ଦ୍ଦିନ ଭାବରେ ଅତିବାହିତ କରୁଛନ୍ତି ଆଦିବାସୀ ପରିବାର । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଆଖୁଆପାଳ ପଞ୍ଚାୟତର ଝରାପାଳ ସାହିର ପାଖାପାଖି ୧୨ ଟି ଆଦିବାସୀ ପରିବାର ଆଜିକୁ ୫୦ ବର୍ଷରୁ ଉର୍ଦ୍ଧ୍ବ ହେବ ବସବାସ କରିଆସୁଥିଲେ ମଧ୍ୟ ନାଁ ଅଛି ଗମନାଗମନ ବ୍ୟବସ୍ଥା ନାଁ ଅଛି ପିଇବା ପାନୀୟ ଜଳ ବ୍ୟବସ୍ଥା

। ଆଖୁଆପାଳ ପଞ୍ଚାୟତ ଦୁମୁହାଣି ଗାଁ ଠାରୁ ପ୍ରାୟ ଦୁଇ କିଲୋମିଟର ଦୂରରେ ବସବାସ କରନ୍ତି ଏମାନେ । ଗାଁ କୁ ଯିବାକୁ ହେଲେ ଜଙ୍ଗଲ ଭାର କଚ୍ଚା ଡଗର ରାସ୍ତା ସାଙ୍ଗକୁ ବଗଛେରା ନାଳ ମଧ୍ୟ ପାର ହେବାକୁ ପଡ଼ିଥାଏ । ବର୍ଷା ଦିନେ ରାସ୍ତା ରେ ଯିବାକୁ ସମ୍ଭବ ହୁଏ ନାହିଁ ଛୋଟ ଛୋଟ ପିଲା ନାଳ ରେ ପାଣି ସ୍ତର ବୃଦ୍ଧି ଯୋଗୁଁ ପାର ହୋଇ ପାଠ ପଢିବାରୁ ମଧ୍ୟ ବଞ୍ଚିତ ହେଉଛନ୍ତି ।

ଏମିତିକି ରୋଗୀ ସେବା ଆମ୍ବୁଲାନ୍ସ ମଧ୍ୟ ପହଞ୍ଚି ପାରୁନାହିଁ ଯାହାକି ବର୍ଷା ଦିନେ ଗର୍ଭବତୀ ମହିଳା ଙ୍କୁ ଷ୍ଟ୍ରେଚର୍ ଦ୍ଵାରା ନାଳ ପାର୍ କରାଯାଉଥିବା ଲୋକେ କହିଛନ୍ତି । ପିଇବା ପାଣି ସମସ୍ୟା ନକହିବା ଭଲ ଖରା ଦିନ କଥା କିଏ ପଚାରେ ବର୍ଷା ଦିନେ ମଧ୍ୟ ନାଳର ଜଳ ସ୍ତର ହ୍ରାସ ହେଲେ ନାଳରେ ଚୁଆ ଖୋଳି ପାଣି ପିଇବା କୁ ନିର୍ଭର କରନ୍ତି ଲୋକେ । ଏଠି ବର୍ଷ ତମାମ ପିଇବା ପାଣି ସମସ୍ୟା ମଧ୍ୟ ରହିଥାଏ ।

ସରକାରଙ୍କ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ରୁ ମଧ୍ୟ ବହୁ ଦୂରରେ ସେଠାକାର ବାସିନ୍ଦା । ସରକାର ଏବଂ ଜିଲ୍ଲା ପ୍ରଶାସନକୁ ବାରମ୍ବାର ଅଭିଯୋଗ କରୁଥଲେ ମଧ୍ୟ ଫଳରେ ବେସାହାରା ହେଉଛନ୍ତି ଲୋକେ । ଏନେଇ ସନୀୟ ସରପଞ୍ଚ ଓ ଜିଲ୍ଲା ପରିଷଦ ସଭ୍ୟା କହିଛନ୍ତି କି ପ୍ରଶାସନକୁ ଏବାବଦରେ ଜଣାଇଛୁ ଖୁବ୍ ଶୀଘ୍ର ଏହାର ସମାଧାନ କରାଯିବ । ତେବେ ସରକାର ଏବଂ ଜିଲ୍ଲା ପ୍ରଶାସନ ର ଦୃଷ୍ଟି କେବେ ପଡ଼ିବ ଦେଖିବାକୁ ବାକି ରହିଲା ।

new life
You might also like
error: Content is protected !!