News
WhatsApp Image 2023-10-04 at 17.25.00
samparksetu

ଏନ୍ଏସି ମାନ୍ୟତା ଦାବୀରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ ରେ ଦାବିପତ୍ର ପ୍ରଦାନ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡ ର ସର୍ବ ବୃହତଗ୍ରାମପଂଚାୟତ ଓ ଗ୍ରାମଗୁଡିକୁ ନେଇ ରାସୋଳ ଅଞ୍ଚଳକୁ ଏନ୍ ଏ ସି ପ୍ରଦାନ ଦାବୀରେ ଆଜି ଓଡିଶା ପ୍ରଜା ସଂଘର୍ଷ ସମିତି ଆନୁକୁଲ୍ୟରେ ତଥା ଇଂ:ଦେବାଶିଷ ହୋତା ଙ୍କ ନେତୃତ୍ୱ ରେ ଶତାଧିକ ଅଞ୍ଚଳ ଵାସୀ ରାସୋଳ ଆର୍ ଆନଂଇ ଅଫିସ ସାମ୍ନାରେ ଆନ୍ଦୋଳନ କରିବା ସହ ମୂଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି।

ଉପଖଣ୍ଡର ରାସୋଳ ଏକ ସର୍ବ ବୃହତ ଐତିହ୍ୟ ସମ୍ପନ୍ନ ଗ୍ରାମ ହୋଇଥିବା ବେଳେ ଏନ୍ ଏ ସି ମାନ୍ୟତା ପାଇବା ପାଇଁ ଲୋକସଂଖ୍ୟା ଠାରୁ ଆରମ୍ଭ କରି ଅନ୍ୟ ସମସ୍ତ ଆନୁସାଙ୍ଗିକ କ୍ଷେତ୍ରରେ ସବୁଠାରୁ ଅଧିକ ଦାବିଦାର ହୋଇଥିବା ବେଳେ ଆଜି ଯାଏ ଏହାକୁ ଏନ୍ ଏ ସି ମାନ୍ୟତା ପ୍ରଦାନ କରାଯାଇନାହିଁ।

ଆଜି ପୂର୍ବାହ୍ନ ରେ ଅଞ୍ଚଳର ଶତାଧିକ ଆନ୍ଦୋଳନ କାରୀ ଯୁବନେତା ଇ ଦେବାଶିଷ ହୋତା ଙ୍କ ନେତୃତ୍ୱରେ ହାତରେ ଫ୍ଲାଏକାର୍ଡ ଧରି ରାସୋଳକୁ ଏନ୍ ଏ ସି ମାନ୍ୟତା ଆମର ଦାବି ସ୍ଲୋଗାନ ଦେଇ ବଜାର ପରିକ୍ରମା କରି ରାଜସ୍ବ ନୀରିକ୍ଷକ ଙ୍କ କାର୍ଯ୍ୟାଳୟ ସମ୍ମୁଖ ରେ ଏକ ଶାନ୍ତି ପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ରାଜସ୍ବ ନୀରିକ୍ଷକ ଶଶିଭୂଷଣ ବେହେରା ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ସୁରକ୍ଷା ଦୃଷ୍ଟିରୁ ରାସୋଳ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରା ଯାଇଥିଲା।

new life
You might also like
error: Content is protected !!