ଢେଙ୍କାନାଳ ଜିଲ୍ଲାପାଳ ଙ୍କ ସଦଭାବନା ସଭା ଗୃହରେ ଆସନ୍ତା ୩୧ ତାରଖି ରେ ହେବାକୁଥିବା ଗଣେଶ ପୂଜା ନେଇ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ସଭାପତିତ୍ୱ ରେ ଏକ ବୈଠକ ଅନୁଷ୍ଠିତ ହୋଇ ଗଣେଷ ପୂଜା ଏବଂ ଭସାଣି ଉପରେ ଆଲୋଚନା ହୋଇଥିଲା ।
ସହରରେ ମହାଲକ୍ଷ୍ମୀ ପୂଜା ପରେ ଗଣେଶ ପୂଜା ମହା ଆଡମ୍ବରରେ ପାଳନ ହେଉଅଛି । ଗଣେଶ ପୂଜାକୁ ଶାନ୍ତି ଶୃଙ୍ଖଳାର ସହିତ ପାଳନ କରିବା ପାଇଁ ଜିଲ୍ଲାପାଳ ସମସ୍ତଙ୍କର ସହଯୋଗ ଲୋଡିଥିଲେ ।ଚଳିତ ବର୍ଷ ୩୮ଟି ମଣ୍ଡପରେ ଗଣେଶ ପୂଜା ହେବାକୁ ଥିବା ବେଳେ ୩୧ ଅଗଷ୍ଟ ରୁ ୫ ସେପ୍ଟେମ୍ବର ପର୍ଯ୍ୟନ୍ତ କୋଭଡି ନିୟମ ଅନୁସାରେ ପୂଜା ପାଳନ କରାଯିବ ।
ସରକାରଙ୍କ କୋଭିଡ ନିୟମରେ ପରିବର୍ତ୍ତନ ହେଲେ ପୂଜାକୁ ସଙ୍କୁଚିତ କରାଯିବ । ପୂଜା କମିଟିର ସଦସ୍ୟମାନେ ଭସାଣି ଯାତ୍ରା ଦିନ ମଦ୍ୟପାନ କରିବେ ନାହିଁ ବୋଲି କମିଟିର ସଭାପତି ସୁଧାଂଶୁ ଦଳେଇଙ୍କ ତତ୍ୱାବଧାରେ ଶପଥ ପାଠ କରାଯାଇଥିଲା ।ସମସ୍ତ ପୂଜା ପ୍ରତିଷ୍ଠାନ ସକାଳ ୭ଟା ସମୟରେ ନିଜନିଜ ମଣ୍ଡପରୁ ବାହାରି ମିନି ଷ୍ଟାଡିୟମ୍ ଠାରେ ପହଞ୍ଚିବେ । ଏହି ସମୟରେ କୌଣସି ବାଦ୍ୟଯନ୍ତ୍ର ବ୍ୟବହାର କରାଯିବ ନାହିଁ ।
ସମସ୍ତ ପୂଜା ମଣ୍ଡପର ମେଢ ଗୁଡିକ ସନ୍ଧ୍ୟା ସାତଟା ସୁଦ୍ଧା ବିସର୍ଜନ କରିବାକୁ ନିଷ୍ପତି ହୋଇଛି । ଭସାଣି ଯାତ୍ରାରେ ଡିଜେ ସାଉଣ୍ଡକୁ ସମ୍ପୂର୍ଣ୍ଣ ଭାବରେ ବାରଣ କରାଯାଇଛି । ମଣ୍ଡପ ଏବଂ ସହରରେ ବିଜୁଳି ବିଭ୍ରାଟ ଯେପରି ନହୁଏ ସେଥିପ୍ରତି ଧ୍ୟାନ ଦେବାକୁ ବିଦ୍ୟୁତ ବିଭଗର ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ପୂଜାଦିନ ଠାରୁ ଶେଷ ପର୍ଯ୍ୟନ୍ତ ସହରକୁ ସଫା ସୁତରା ରଖିବା,ବୁଲା ଗାଈ ଗୋରଙ୍କୁ ନିୟନ୍ତ୍ରଣ କରିବା ,ମଦଦୋକାନ ଗୁଡିକ ପୂଜାର ପୂର୍ବଦିନ ଠାରୁ ଭସାଣ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ଅବକାରୀ ଅଧିକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ପୂଜା ସମୟରେ ଯାନବାହନ ନିୟନ୍ତ୍ରଣ,ପ୍ଲାଷ୍ଟିକ ଦ୍ରବ୍ୟର ବ୍ୟବହାର ଉପରେ କଟକଣା, ଆସନ୍ତା ୬ତାରିଖ ଦିନ ମିନି ଷ୍ଟାଡିୟମକୁ ସଂରକ୍ଷିତ ରଖିବା,ବିଭିନ୍ନ ସ୍ଥାନରେ ପାନୀୟ ଜଳ ବ୍ୟବସ୍ଥା,ସ୍ୱାସ୍ଥ୍ୟ ସେବା ପାଇଁ ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା କରିବା ଉପରେ ଆଲୋଚନା ହୋଇଥିଲା ।
ପୂଜା ପ୍ରତିଷ୍ଠାନର ସଭାପତି ଏବଂ ସମ୍ପାଦକ ମେଢ ସହିତ ରହିବେ ଏବଂ କାଠ ଶଙ୍ଖରେ ବିସର୍ଜନ ପାଇଁ ଆଲୋକ ଏବଂ ଅସ୍ଥାୟୀ ପୋଖରୀ ନିର୍ମାଣ ପାଇଁ ଆଲୋଚନା ହୋଇଥିଲା । ଏହି ବୈଠକରେ ସମସ୍ତ ପୂଜା କମିଟିର ସଭାପତିସମ୍ପାଦକ,କର୍ମକର୍ତ୍ତାଙ୍କ ସହିତ ଜିଲ୍ଲାପାଳ ,ଉପଜିଲ୍ଲାପାଳ,ଏସପି ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ ।