ମଧ୍ୟାହ୍ନ ଭୋଜନ ଖାଇ ୬୦ ରୁ ଅଧିକ ଛାତ୍ର ଛାତ୍ରୀ ଡାକ୍ତରଖାନା ରେ ଭର୍ତ୍ତି ହେବା ଘଟଣା ର ସତ୍ୟ ଅନୁସନ୍ଧାନ ନିମନ୍ତେ ବିଜେପି ଟିମ କାମାକ୍ଷାନଗର ନିର୍ବାଚନ ମଣ୍ଡଳୀ ପ୍ରବାସୀ ସଂଯୋଜକ ଜଗବନ୍ଧୁ ପୃଷ୍ଟି ଙ୍କ ସହିତ ମଣ୍ଡଳ ସଭାପତି ପ୍ରସାଦ ସେଠି ଗୋପାଳ ସାହୁ ୩ ଜଣିଆ ଟିମ ପହଂଚି ଥିଲେ ।
ଅଁଳାବେରେଣୀ ଡାକ୍ତରଖାନା ର ଡାକ୍ତର ଚିନ୍ମୟ ସାମଲ ଙ୍କୁ ଭେଟିଥିଲେ ,ଗୁରୁତର ହୋଇଥିବା ବିଷ୍ଣୁପ୍ରିୟା ଭୂତିଆ ଙ୍କ ସମେତ ବହୁ ବିଦ୍ୟର୍ଥୀ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଗଦାଧର ସାହୁ , ବିଦ୍ୟାଳୟ ର ଅବିଭାବକ ଙ୍କୁ ସାକ୍ଷାତ କରି ସତ୍ୟାସତ୍ୟ ବୁଝିଥିଲେ ।
୩୪୫ ବିଦ୍ୟାର୍ଥୀ ଙ୍କ ମଧ୍ୟରୁ ୨୬୪ ବିଦ୍ୟାର୍ଥୀ ଉପସ୍ଥିତ ଥିଲେ । ୬୦ ରୁ ଅଧିକ ଜଣ ମେଡିକାଲ ଯାଇଥିଲେ ।ଡାକ୍ତରୀ ଟିମ ସ୍କୁଲକୁ ଆସି ପିଲାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ ।
ବିଦ୍ୟାଳୟ ର ମଧ୍ୟହ୍ନ ଭୋଜନ ସଂପର୍କରେ ପରିଚାଳନା କମିଟି ସଦସ୍ୟ ସତପଞ୍ଚ ଜିଲ୍ଲା ପ୍ରଶାସନ କୁ ବହୁ ବାର ଜଣାଇଥିଲେ ଵି କୌଣସି ସୁଫଳ ମିଳିନଥିଲା ।
ଶନିବାର ମଧ୍ୟ ଡାକ୍ତରୀ ଟିମ ପହଂଚି ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ବ୍ଲକ ଶିକ୍ଷା ଅଧିକାରୀ ସ୍କୁଲକୁ ଆସିଥିଲେ ଵି ଅବିଭାବକ ଙ୍କ ରୋଷର ଶିକାର ହୋଇଥିଲେ । ଶୁକ୍ରବାର ସନ୍ଧ୍ୟାରେ କାମାକ୍ଷାନଗର ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ସାହୁ ଉପସ୍ଥିତ ରହି ସମସ୍ତ ବିଷୟ ଉପରେ ନଜର ରଖିଥିବା ଜଣାଯାଇଛି ।