ରକ୍ତ ହୀନତାର ଶିକାର ହୋଇଥିବା ଜଣେ ବୃଦ୍ଧା କୁ ରକ୍ତଦାନ କରି ବିପଦର ବନ୍ଧୁ ସାଜିଛନ୍ତି ଜଣେ କାର୍ଯ୍ୟରତ ପୋଲିସ କର୍ମଚାରୀ । ପୋଲିସ୍ ଭାଇ ଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।
ରକ୍ତଦାନ କରିଥିବା ଭାଇ ଜଣକ ହେଉଛନ୍ତି କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ଜିରିଡ଼ାମାଳି ଗ୍ରାମର ପଦ୍ମଲାଭ ତ୍ରିପାଠୀ ଙ୍କ ସାନ ପୁଅ ବିକାଶ ରଞ୍ଜନ ତ୍ରିପାଠୀ ସେ ଜଣେ କାର୍ଯ୍ୟରତ ପୋଲିସ କର୍ମଚାରୀ ସେ ଢେ଼ଙ୍କାନାଳ ଜିଲ୍ଲା ପୋଲିସ ମୁଖ୍ୟାଳୟ ରେ କାର୍ଯ୍ୟରତ।
ସୂଚନା ଅନୁଯାୟୀ ,ଓଡ଼ପଡ଼ା ବ୍ଲକ ଅଧିନସ୍ଥ ଉପର ବହାଲ ଗ୍ରାମର ମକରା ବେହେରା (୫୫) ଗତ କିଛି ଦିନ ହେଲା ଜ୍ବରରେ ଆକ୍ରାନ୍ତ ହୋଇ ରକ୍ତହୀନତା ର ଶିକାର ହୋଇ ଢେ଼ଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ।
ତେବେ ତାଙ୍କୁ A ପଜିଟିଭ ରକ୍ତର ଆବଶ୍ୟକତା ଥିବା ଡାକ୍ତର କହିବାପରେ ପରିବାର ବର୍ଗ ଚିନ୍ତା ରେ ଥିଲେ । ବିକାଶ ରଞ୍ଜନ ତ୍ରିପାଠୀ ଙ୍କୁ ଏନେଇ ପରିବାର ବର୍ଗ ଖଵର ଦେଇଥିଲେ । ସେ ରକ୍ତଦାନ କରିବା ନିମନ୍ତେ ସ୍ୱତପ୍ରବୃତ ଭାବେ ଢେ଼ଙ୍କାନାଳ ଡାକ୍ତରଖାନାକୁ ଯାଇ ରକ୍ତଦାନ କରିଥିଲେ । ବିପଦ ସମୟରେ ରକ୍ତଦାନ କରି ଶ୍ରୀ ତ୍ରିପାଠୀ ମଣିଷ ପଣିଆକୁ ଜାହିର କରିଛନ୍ତି।