ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ପାଟରପଦା ପଞ୍ଚାୟତ କଟାବାହାଳ ଗାଁର ତିନିଦିନ ପୂର୍ବରୁ ନିଖୋଜ ଥିବା ବିକ୍ରମ ମହାରଣା (୫୦) ଙ୍କ ମୃତଦେହ କେନାଲ ପାଣିରୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ ।
ସୂଚନା ମୁତାବକ ୩ ଦିନ ତଳେ ବିକ୍ରମ ଗାଁ ପାଖ କେନାଲ କୁ ଶୌଚ ହେବା ପାଇଁ ଯାଇ ଘରକୁ ଫେରିନଥିଲେ । ତେବେ ତାଙ୍କ ଚପଲ କେନାଲ ହୁଡାରେ ଥିବା ଦେଖି ପରିବାର ଲୋକ ପୋଲିସ କୁ ଖବର ଦେଇଥିଲେ ।
ଖବର ପାଇ ପରଜଙ୍ଗ ପୋଲିସ ଓ ଅଗ୍ନିଶମ ବାହିନୀ ବହୁ ଖୋଜା ଖୋଜି କରିଥିଲେ ମଧ୍ୟ କୌଣସି ସନ୍ଧାନ ପାଇ ନଥିଲେ ।ତେବେ ବୁଧବାର ସକାଳୁ କେନାଲରେ ଏକ ଶବ ଭାସୁଥିବାର ଦେଖି ଗାଁ ଲୋକ ପୋଲିସ କୁ ଖବର ଦେଇଥିଲେ । ଖବର ପାଇ ପରଜଙ୍ଗ ପୋଲିସ ଓ ଅଗ୍ନିଶମ ବାହିନୀ ପହଂଚି ମୃତଦେହ ଉଦ୍ଧାର କରିବା ସହ ପରିବାର ଲୋକଙ୍କ ଉପସ୍ଥିତିରେ ଶବ ଚିହ୍ନଟ କରି ଶବ କୁ ଜବତ କରି କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟକୁ ବ୍ୟବଛେଦ ପାଇଁ ପଠାଇଥିବା ସୂଚନା ରହିଛି ।