ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଗଡ଼ନୃସିଂହପ୍ରସାଦ ପଂଚାୟତ ର ପଳାଶ ପିଠିଆଗୋଡ଼ା ଗ୍ରାମର କେଶବ ଦେହୁରୀଙ୍କ ପୁଅ ପାଣ୍ଡବ ଦେହୁରୀ(୪୦) ବିଲରେ ସାର ପକାଉଥିବା ସମୟରେ ସାପ କାମୁଡ଼ି ଦେଇଥିବା ସେ ଆଶଙ୍କା କରୁଛନ୍ତି l
ସେ ଚାଲି ଚାଲି ଫେରୁଥିବା ବେଳେ ରାସ୍ତାରେ ଅଚେତ ହୋଇ ପଡି ଯାଇଥିଲେ । ଶୌଚ ହେବାକୁ ଯାଉଥିବା ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଭୂବନ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା l
ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟ କୁ ୧୦୮ ଆମ୍ବୁଲାନ୍ସରେ ସ୍ଥାନାନ୍ତରିତ କରାଯାଇଥିଲା l ଡାକ୍ତରଙ୍କ ସୂଚନା ଅନୁଯାଇ ରୋଗୀର ଅବସ୍ଥା ସଂକଟାପନ୍ନ ରହିଛି ବୋଲି କହିଥିଲେ ,ଡାକ୍ତର ସୋମ୍ୟରଞ୍ଜନ ପୃଷ୍ଟି ସେହିପରି କୁନିନ୍ଦା ଗ୍ରାମର ଚନ୍ଦ୍ରମଣି ପାତ୍ର (୪୫)ଙ୍କୁ ମଧ୍ୟ ସାପ କାମୁଡି ବାରୁ ଢେଙ୍କାନାଳ ସ୍ଥାନାନ୍ତର କରାଯାଇଛି ।