News
WhatsApp Image 2023-10-04 at 17.25.00
samparksetu

ମୁକ୍ତାପଶି ସଡ଼କ ଦୁର୍ଘଟଣା ; ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ,ଘୋଷଣା ହେଲା ସହାୟତା ରାଶି

କମାକ୍ଷାନଗର ଉପଖଣ୍ଡର ମୁକ୍ତାପଶି ଛକରେ ଭୟଙ୍କର ସଡକ ଦୁର୍ଘଟଣା । ଅଟୋକୁ କୋଇଲା ବୋଝେଇ ଟ୍ରକ ଧକ୍କା ଦେବାରୁ ୫ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା । ୫୩ନମ୍ବର ଜାତୀୟ ରାଜପଥରେ ନିକଟରେ ଏହି ଦୁର୍ଘଟଣା ଘଟିଥିବା ବେଳେ ମୃତକଙ୍କ ମଧ୍ୟରେ ଜଣେ ନାବାଳକ ରହିଛନ୍ତି । ସମସ୍ତ ମୃତକ ହେଉଛନ୍ତି କାମାକ୍ଷାନଗର ଥାନା ଅନ୍ତର୍ଗତ ବାଙ୍ଗୁରା ଗାଁର ଅଙ୍କୁର ସାମଲ ଓ ତାଙ୍କ ନାବାଳକ ପୁଅ କାଳିଆ ସାମଲ ଙ୍କ ସହ ଅନ୍ୟ ତିନିଜଣ ହେଲେ ଆଦିକନ୍ଦ ସାମଲ, ପହଲି ସାମଲ, ବଣ୍ଟି ସାମଲ ।

ସୂଚନା ମୁତାବକ ଏହି ୫ଜଣ ଏକ ଅଟୋରେ ଭୋରୁ ମୁକ୍ତାପଶି ଗ୍ରାମକୁ ମହୁଲ ପେସେଇବା ପାଇଁ ଯାଉଥିବା ବେଳେ,ମୁକ୍ତାପଶି ଗାଁ ପୂର୍ବରୁ ତାଳଚେର ପଟୁ ଏକ କୋଇଲା ବୋଝେଇ ଟ୍ରକ ସାମ୍ନାପଟୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ହିଂ ୫ଜଣଙ୍କ ର ମୃତ୍ୟୁ ହୋଇଥିଲା ।ତେବେ ଘଟଣା ସ୍ଥଳରୁ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ , ଘଟଣା ସ୍ଥଳରେ କାମାକ୍ଷାନଗର ପୋଲିସ ଓ ପରିବାର ଲୋକ ପହଁଚି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ଶେଷକୃତ ସମ୍ପନ୍ନ କରିଛନ୍ତି ।

କେଉଁ କାରଣରୁ ଏହିଭଳି ଦୁର୍ଘଟଣା ଘଟିଲା ସେ ନେଇ ସ୍ଥାନୀୟ ଲୋକ ଙ୍କ ଦ୍ୱାର ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା , ପୋଲିସ ବୁଝାସୁଝା ପରେ ଉତ୍ତେଜନା କମିଥିଲା ।

ଅନ୍ୟପଟେ ଦୁଃଖଦ ଖବର ଜାଣିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ପ୍ରକାଶ କରିଛନ୍ତି । ଏଥି ସହ ୫ ମୃତକଙ୍କ ପରିବାକୁ ୧ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ ପାଇଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହ ଜିଲ୍ଲା ରେଡକ୍ରସ ପାଣ୍ଠି ରୁ ୨୫ ହଜାର ସହାୟତା ରାଶି ପ୍ରଦାନ କରାଯିବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ଖଣି, ଇସ୍ପାତ ଓ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ।

new life
You might also like
error: Content is protected !!