ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ୍ ମୁକ୍ତାପଶି ପଞ୍ଚାୟତର ସିଆରୀମାଳିଆ ଗ୍ରାମ ପାଖ ଜାତୀୟ ରାଜପଥ କଡ଼ରେ ପାଲଟଣା ଝୁମ୍ପୁଡି ଘରେ ରହୁଥିବା ରମେଶ ମାରାଣ୍ଡି ଙ୍କ ୧୩ ବର୍ଷୀୟ ପୁଅ ମୁନା ମାରାଣ୍ଡି । ମୁନା ଯେଏକି ଜନ୍ମରୁ ଜଣେ ସମ୍ପୂର୍ଣ୍ଣ ଭାବରେ ଭିନ୍ନକ୍ଷମ ଅଟନ୍ତି । ଯେଉଁ ବୟସରେ ଖେଳି ବୁଲି ପାଠ ପଢିବା କଥା ସେ ବୟସରେ ଶଯ୍ୟାଶାୟୀ ହୋଇ ବିଛଣାରେ ପଡ଼ିରହିଛନ୍ତି ।
ନା କିଛି କହି ପାରୁଛି ନା କିଛି ଶୁଣି ପାରୁଛି । ସଂପୂର୍ଣ୍ଣ ଭାବେ ପରିବାର ଙ୍କ ସାହାରାରେ ଜୀବନ ବିତୁଛି । ବାପାଙ୍କ ରୋଜଗାର କହିଲେ ଦିନ ମୂଲିଆ । ନା ଅଛି ଭଲ ଘର , ନା ମିଳୁଛି ସରକାରୀ ଯୋଜନା । ଚାଳ ଛପର ଘର ଭିତରେ ଦିନରେ ସୂର୍ଯ୍ୟ ଓ ରାତିରେ ତାରା ଦେଖାଯାଏ । ସରକାରୀ ଯୋଜନା ରୁ ବହୁ ଦୂରରେ ରମେଶ ଙ୍କ ପରିବାର ।
କେନ୍ଦ୍ର ଓ ରାଜ୍ୟ ସରକାର ଅସହାୟ ମାନଙ୍କ ପାଇଁ କୋଟି କୋଟି ଟଙ୍କାର ଅନୁଦାନ ଦେଉଥିବାବେଳେ କିଛି ଅସାଧୁ ସରକାରୀ କର୍ମଚାରୀ ମାନଙ୍କ ପାଇଁ ଉଚିତ୍ ହିତାଧିକାରୀ ଚୟନ ପ୍ରକିୟା ରୁ ବାଦ୍ ପଡୁଥିବାର ବହୁବାର ଦେଖିବାକୁ ମିଳିଛି ।
ନା ମିଳୁଛି ପୁଅକୁ ଭିନ୍ନକ୍ଷମ ଭତ୍ତା ନା ଆବାସ ଗୃହ ନା ମିଳୁଛି ରାସନ୍ କାର୍ଡ ଚାଉଳ । ସଂପୂର୍ଣ୍ଣ ପରିବାର ସରକାରୀ ଯୋଜନା ରୁ ବଞ୍ଚିତ , ହେଲେବି କଷ୍ଟ ମଷ୍ଟର ପରିବାର ଚଳିଯାଏ । ସରକାର ସମସ୍ତ ଯୋଜନାରେ ସାମିଲ କରନ୍ତୁ ବୋଲି ପରିବାର ଲୋକେ ନିବେଦନ କରିଥିବାବେଳେ ସରକାରୀ ଯୋଜନା ଯୋଗାଇ ଦେବାକୁ ପଡୋଶୀ ମଧ୍ୟ ଦାବି କରିଛନ୍ତି । ଏନେଇ ମୁକ୍ତାପଶି ସରପଞ୍ଚ କହିଛନ୍ତି କି ଯଥା ଶୀଘ୍ର ସରକାରୀ ଯୋଜନା ଯୋଗାଇ ଦିଆଯିବ । ଢେଙ୍କାନାଳ ଜିଲ୍ଲାପାଳ ଙ୍କ ଏଥିପ୍ରତି ଦୃଷ୍ଟି ପଡୁ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି ।