ପାହାନ୍ତି ସକାଳେ ପଲକ ଖୋଲିଲେ
ଏଇ ଆଖି ତତେ ଦେଖେ,
ପ୍ରତି ମୁହୂର୍ତ୍ତ ରେ ସବୁ ସକାଳରେ
ଏମିତି ରହିଥା ପାଖେ ।
କେତେ ସପନ ଯେ ଦେଖେଇ ଥିଲୁ ତୁ
ମୋର ଆଖି ପଲକରେ,
ସେ ସପନ ଆଜି ସବୁ ଧୋଇଗଲା
ଶେଷ ଶ୍ରାବଣ ବର୍ଷାରେ ।
ତୁମକୁ ମୁଁ ଭୁଲିବା କେତେଯେ କଷ୍ଟ
ମନ ମୋ ଜାଣିଛି ଏକା,
ତୁମ ବିନା ସାଥୀ ଏ ଦୁନିଆ ଖାଲି
ଲାଗେ ଆଜି ଫିକା ଫିକା ।
ଛାତିରେ ପଥର ଲଦିକି ହସିବା
ପ୍ରେମ ହିଁ ଶିଖାଇ ଥାଏ,
ଦୁନିଆ ହାଟରେ ତୁମକୁ ଖୋଜିବି
ଜୀବନ ମୋ ଥିବା ଯାଏ ।
✍️ଅଜୟ କୁମାର ସାହୁ