News
WhatsApp Image 2023-10-04 at 17.25.00
samparksetu

ଶିକ୍ଷକ ସମସ୍ୟା ନେଇ ରାଜରାସ୍ତାକୁ ଓହ୍ଲାଇଲେ କାରନ୍ଦା ଗ୍ରାମବାସୀ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ରେ ଶିକ୍ଷକ ସମସ୍ୟା ନେଇ ଚର୍ଚା ଥମୁନି । ଆଜି ଏହିଭଳି ଏକ ଅଭାବନୀୟ ଘଟଣା ଘଟିଛି ରାସୋଳ ଥାନା ଅନ୍ତର୍ଗତ କାରନ୍ଦା ପଂଚାୟତରେ । କାରନ୍ଦା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ୨୦୨ ଜଣ ଛାତ୍ରଛାତ୍ରୀ ଥିବାବେଳେ ଶିକ୍ଷକ ଶିକ୍ଷୟିତ୍ରୀ ସଂଖ୍ୟା ମାତ୍ର ୪ ।

ଏହି ସମସ୍ୟା ନେଇ ଆଜିକୁ ୪ ଦିନ ହେବ ବିଦ୍ୟାଳୟ କୁ ତାଲା ପକାଇବା ସହ ପିଲାମାନଙ୍କୁ ଵିଦ୍ୟାଳୟକୁ ଛାଡୁନଥିଲେ ଅଭିଭାବକ । ଏହାର ବିଶେଷ କିଛି ପ୍ରଭାଵ ନ ପଡିବାରୁ ବାଧ୍ୟ ହୋଇ କାରନ୍ଦା ଗ୍ରାମବାସୀ ଆଜି ସକାଳ ୯ ଘଟିକାରେ କାରନ୍ଦା ଛକ କୁ ଅବରୋଧ କରିଥିଲେ ।

ଏହି ରାସ୍ତା ଟି ଗୁଡିଆକାଟେଣି ଓ ହିନ୍ଦୋଳ ସଦର ମହକୁମା ଯୋଗ କରିଥିବାରୁ ବହୁ ଜନସାଧାରଣ , ସରକାରୀ କର୍ମଚାରୀ ଅସୁବିଧାର ସମ୍ମୁଖିନ ହୋଇଥିଲେ । ଖବର ପାଇ ରାସୋଳ ଥାନା ଅଧିକାରୀ ବିଜୟ କୁମାର ହାଇବ୍ରୁ ଓ ଅନ୍ୟ କର୍ମଚାରୀ ଘଟଣା ସ୍ଥଳରେ ପହଂଚି ଲୋକ ଙ୍କୁ ବୁଝାସୁଝା କରିଥିଲେ ମଧ୍ୟ କେହି ଶୁଣି ନଥିଲେ ।

ପରବର୍ତୀ ସମୟରେ ହିନ୍ଦୋଳ ବ୍ଲକ ସହ ଶିକ୍ଷାଧିକାରୀ ଓ ସିଆରସିସି ଘଟଣା ସ୍ଥଳରେ ପହଂଚି ଲିଖିତ ପ୍ରତିଶୃତି ଦେବା ପରେ ଗ୍ରାମବାସୀ ରାସ୍ତାରୋକରୁ ଓହରିଥିଲେ । ଅନୁ୍ରୁପ ଭାବେ ଆଜି ଠୋକର ସରକାରୀ ଉ.ପ୍ରା ବିଦ୍ୟାଳୟରେ ୨ ଦିନ ହେଲାଣି ଝୁଲିଛି ତାଲା । ବାରମ୍ବାର ଏ ସମସ୍ୟା ଲାଗି ରହିଥିବା ବେଳେ ବିଭାଗୀୟ ଅଧିକାରୀ ଙ୍କ ଅବହେଳା ଯୋଗୁଁ ଗୋଟିଏ ପରେ ଗୋଟିଏ ବିଦ୍ୟାଳୟରେ ତାଲା ପଡିବାକୁ ବସିଲାଣି ।

ବାରମ୍ବାର ଅଭିଭାବକ ମାନେ ଏ ସମସ୍ୟା ନେଇ ହିନ୍ଦୋଳ ବ୍ଲକ ଶିକ୍ଷାଧିକାରୀ,ଜିଲ୍ଲା ଶିକ୍ଷାଧିକାରୀ ଢେଙ୍କାନାଳ ଓ ଜିଲ୍ଲାପାଳ ଢେଙ୍କାନାଳ ଙ୍କ ଦୃଷ୍ଟି ଆକର୍ଷଣ କରିସାରିଥିଲେ ବି ପଦକ୍ଷେପ ଶୂନ । ତେବେ ବିଭାଗୀୟ ଅଧିକାରୀ ଙ୍କ ଅବହେଳା ଯୋଗୁଁ କୋମଳ ମତି ଛାତ୍ରଛାତ୍ରୀ ଶିକ୍ଷାଦାନ ରୁ ବଂଚିତ ହେବା ସହ ମଧ୍ୟାହ୍ନ ଭୋଜନରୁ ବଂଚିତ ହେବା କେତେଦୂର ଠିକ୍ ତାହା ପ୍ରଶ୍ନବାଚୀ ଶୃଷ୍ଟି କରିଛି । ହିନ୍ଦୋଳବ୍ଲକ ରେ କିଛି ବିଦ୍ୟାଳୟ ରହିଛି ଯେଉଂଠି ଆବଶ୍ୟକତା ଠାରୁ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟରତ । ବିଦ୍ୟାଳୟ ଗୁଡିକରେ ଛାତ୍ରଛାତ୍ରୀ ତୁଳନାରେ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ଆବଶ୍ୟକତା ଅନୁଯାୟୀ ଥଇଥାନ କରିବା ଦିଗରେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ ହେଉ ନ ଥିବାରୁ ଅଭିଭାବକ,ଶିକ୍ଷାବିତ୍ ,ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ଦେଖା ଦେଇଛି ।

new life
You might also like
error: Content is protected !!