ଢେଙ୍କାନାଳ ଜିଲ୍ଲା ଭୁବନ ଏନଏସି ଅନ୍ତର୍ଗତ ନାଟକଟା ମୌଜା ରେ ଥିବା ୨ ଶହ ଏକର ପରିମିତ ଜଳଭଣ୍ଡାର ର ପୁନଃଉଦ୍ଧାର କରାଯାଇ ଇକୋ ଟୁରିଜିମ କ୍ଷେତ୍ର ପାଇଁ ଭୁବନ କୃଷକ ସମାଜ ପକ୍ଷରୁ ଗତ ୨୦୨୧ ମସିହା ଜାନୁଆରୀ ୧୭ ବାର୍ଷିକ ଉତ୍ସବରେ ମହାତ୍ମା ଗାନ୍ଧୀ ଓଷଧୀୟ ଉଦ୍ୟାନ ରେ ପ୍ରସ୍ତାବ ଦେଇଥିଲେ ।
ଆଜି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ସ୍ୱାୟତ୍ତ ଶାସନ ଦିବସ ଅବସରରେ ଏନଏସି ସଭାଘର ପରିସରରେ ବୃହତ ଭୁବନ ବିଷୟ ରେ ଆଲୋଚନା ରେ ଭାଗ ନେବା ପରେ ଆମ୍ବମାଳିଆ ଧୋଡା ବୁଲି ଦେଖିଲେ । ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଏଭଳି ପରିବେଶ ଦେଖି ଖୁସି ବ୍ୟକ୍ତ କରିଥିବା ବେଳେ ଏହାଇ କିଭଳି ପୁନଃଉଦ୍ଧାର କରାଯାଇପାରିବ ସେ ନେଇ ପ୍ରୟାସ କରିବାକୁ ନିର୍ବାହୀ ଅଧିକାରୀ ଙ୍କୁ କହିଥିଲେ ।