News
WhatsApp Image 2023-10-04 at 17.25.00
samparksetu

୫ ମାସର ଅଣ୍ଡା ଛତୁଆ ଖାଇଗଲେ ଦିଦି

ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ ମକୁଆକାଟେଣୀ ପଞ୍ଚାୟତ ହଳଦୀକୁଣ୍ଡି ଗ୍ରାମ ବେଲବଣିଆ ଗ୍ରାମରେ ଥିବା ଅଙ୍ଗନୱାଡି କେନ୍ଦ୍ରର ଦିଦି ଗର୍ଭବତୀ ମହିଳା ଏବଂ ଶିଶୁଙ୍କର ୫ ମାସର ଅଣ୍ଡା ଓ ଛତୁଆ ଖାଇଯାଇଥିବାର ଅଭିଯୋଗ ହୋଇଛି ।ଏହାକୁ ନେଇ ଗର୍ଭବତୀ ମହିଳା ଏବଂ ଅଭିଭାବକ ମାନେ ହୋହାଲ୍ଲା କରିଥିବାର ଜଣାପଡିଛି ।କଙ୍କଡାହାଡ ବ୍ଲକରେ ଶିଶୁ ଗର୍ଭବତୀ ଓ ପ୍ରସୁତି ମହିଳାଙ୍କ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ।

କୋମଳମତି ଶିଶୁଙ୍କ ବୌଦ୍ଧିକ ବିକାଶରେ ସହାୟକ ପାଇଁ ଅଣ୍ଡା, ଛତୁଆ, ସୁଜି, ବାଦାମ ଲଡୁ ପ୍ରଦାନ କରୁଛନ୍ତି । କିନ୍ତୁ ଗର୍ଭବତୀ ମହିଳା ଏବଂ ଶିଶୁ ମାନଙ୍କ ଖାଦ୍ୟରେ ଅଙ୍ଗନୱାଡି ଦିଦି ଭାଗ ବସାଉଥିବାର ଜଣାପଡିଛି । କଙ୍କଡାହାଡ ବ୍ଲକ ଭଳି ଏକ ଆଦିବାସୀ ଅଧୂଷିତ ଅଞ୍ଚଳ ମକୁଆକାଟେଣୀ ପଞ୍ଚାୟତ ଅନ୍ତର୍ଗତ ହଳଦୀକୁଣ୍ଡି ଗ୍ରାମ ବେଲବଣିଆ ସାହିରେ ଥିବା ଅଙ୍ଗନୱାଡି କେନ୍ଦ୍ରରେ ଗତ ୫ମାସ ହେବ ଶିଶୁ ଗର୍ଭବତୀ ଓ ପ୍ରସୁତି ମହିଳା ମାନଙ୍କୁ ଅଣ୍ଡା, ଛତୁଆ ପ୍ରଦାନ କରାଯାଉନଥିବା ଅଭିଯୋଗ ମିଳିଛି ।

ଅଙ୍ଗନୱାଡି କର୍ମୀ ମମତା ପଧାନ ଅଣ୍ଡା, ଛତୁଆ ପ୍ରଦାନ କରୁନଥିବା ବେଳେ ଗ୍ରାମରେ ଥିବା ସମସ୍ତ ଗର୍ଭବତୀ ମହିଳା ଓ ଅଭିଭାବକ ମାନେ ମଙ୍ଗଳବାର ଦିନ କେନ୍ଦ୍ର ସମ୍ମୁଖରେ ଆନ୍ଦୋଳନ କରିବା ସହ ଅଙ୍ଗନୱାଡି କର୍ମୀଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ । ତାଙ୍କର ମନମୁଖୀ କାର୍ଯ୍ୟ ଯୋଗୁଁ ଅଭିଭାବକ ମାନେ ଅତିଷ୍ଟ ହୋଇ
ପଡିଥିବାରୁ ତାଙ୍କୁ ବହିଷ୍କାର କରିବାକୁ ଦାବି କରିଥିଲେ ।

ଖବର ପାଇ ଜିଲ୍ଲା ପରିଷଦ ସଭ୍ୟ ରବି ନାରାୟଣ
ପଧାନ ଘଟଣା ସ୍ଥଳରେ ପହଁଚି ଶିଶୁ ଅଭିଭାବକ ଓ ଗର୍ଭବତୀ ମହିଳାମାନଙ୍କ ସହିତ ଆଲୋଚନା କରିଥିବାବେଳେ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଘଟଣା ସମ୍ପର୍କରେ କାହିଁକି ତାକୁ ଅବଗତକରାଯାଇ ନାହିଁ ବୋଲି ଜିଲ୍ଲା ପରିଷଦ ସଭ୍ୟ ତାଙ୍କୁ ପ୍ରଶ୍ନ କରିବା ସହ ବିଭିନ୍ନ ଯୁକ୍ତି କରିଥିଲେ ।

ଜିଲ୍ଲା ପରିଷଦ ସଭ୍ୟ ଗ୍ରାମରେ ରହୁଥିବା ବେଳେ ଘଟଣା ସମ୍ପର୍କରେ କିଭଳି ଜାଣିପାରିଲେ ନାହିଁ ବୋଲି ଅଭିଭାବକମାନେ ଓଲଟା ପ୍ରଶ୍ନ କରିଥିଲେ ।ଅଙ୍ଗନୱାଡି କର୍ମୀ ୫ମାସର ଅଣ୍ଡା, ଛତୁଆ ନଦେଇ ତାହାକୁ ହଡପ କରିଥିବା ବେଳେ ଦିଦିଙ୍କୁ ଘଣ୍ଟଘୋଡାଉଥିବାର ମହିଳାମାନେ ଅଭିଯୋଗ କରିଥିଲେ । ଫଳରେ ଜିଲ୍ଲା ପରିଷଦ ସଭ୍ୟ ମହିଳାମାନଙ୍କ ନିକଟରୁ ହଟହଟା ହୋଇ ଫେରିଯାଇଥିଲେ । ଘଟଣା ସମ୍ପର୍କରେ କାମାକ୍ଷାନଗର ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁଙ୍କୁ ଜଣାଇବା ପରେ ସେ ଘଟଣାକୁ ଗୁରୁତ୍ୱର ସହ ବିଚାର କରି ଏହାର ତଦନ୍ତ ପାଇଁ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିବାର ଜଣାପଡିଛି ।

new life
You might also like
error: Content is protected !!