ଢେଙ୍କାନାଳ ଗଁଦିଆ ଥାନା ଅନ୍ତର୍ଗତ ନିଳମାଧବ ଜନଜାତି ଶବର ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଆଜି ଏକ ଦାବିପତ୍ର ଜିଲ୍ଲାପାଳକୁ ପ୍ରଦାନ କରାଯାଇଛି । ମୁଖ୍ୟତଃ ଗଁଦିଆ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ନିଶା କାରବାର ବଢିବାରେ ଲାଗିଛି । ଏହାର ପ୍ରତିକାର ପାଇଁ ଗଁଦିଆ ବ୍ଳକର ମହିଳା ଶାଖା ତରଫରୁ ଏହି ଦାବି ପତ୍ରଟି ଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜ କୁମାର ସେଠୀ ଙ୍କୁ ପ୍ରଦାନ କରିଛନ୍ତି
ଗଁଦିଆ ବ୍ଲକର ବିଭିନ୍ନ ଗ୍ରାମ ଯାଜପୁର ଜିଲ୍ଲାକୁ ଲାଗି ରହିଛି । ଏହି ଥାନାକୁ ଯାଜପୁର ଜିଲ୍ଲାରୁ ମଦ ମାଫିଆ ମାନେ ଅବାଧରେ ଆସି ବିଭିନ୍ନ ଗ୍ରାମରେ ଗରିବ ଲୋକ ମାନଙ୍କୁ ନିଶା ସେବନ କରାଇବାରେ ଲାଗିଛନ୍ତି । ଫଳରେ ପରିବାର ଧ୍ଵଂସାଭିମୁଖୀ ହେବାର ଲାଗିଛି । ବିଶେଷ କରି ଶବର ଜନଜାତି ମାନେ ଦିନ ମଜୁରିଆ ଶ୍ରେଣୀର ଓ ଯେତିକି ଦିନକୁ ରୋଜଗାର କରି ମଦ୍ୟପାନ ପରି ସାରିଦିଅନ୍ତି । ଘରେ ଛୁଆ ଭୋକିଲା ରହିବା ସଙ୍ଗେ ସଙ୍ଗେ ପାଠ ପଢିବାରୁ ବଞ୍ଚିତ ରହୁଛନ୍ତି ।
ଜିଲ୍ଲା ପ୍ରସାଶନ ସତର୍କ ନ ହେବାରୁ ମଦ ମାଫିଆ ମାନେ ଗ୍ରାମ ପରିବା ଓ ଜଳଖିଆ ଦୋକାନରେ ରଖି ବେପାର କରୁଛନ୍ତି । ଏଣୁ ଆଦିବାସି ସବର ସଂଘ ତରଫରୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।